Get Updates
Get notified of breaking news, exclusive insights, and must-see stories!

Snana Yatra 2024: ଅପେକ୍ଷା ସ୍ନାନ ପୂର୍ଣ୍ଣିମାର ସେହି ଦିବ୍ୟ ସ୍ନାନକୁ, ସୁନ୍ଦର ଦିଶିଲାଣି କଳାଶ୍ରୀମୁଖ

ସେ ଅନନ୍ୟ... ସେ ଦିବ୍ୟ .. ସେ ଦୁର୍ଲଭ ଦୃଶ୍ୟ .. ଭକ୍ତଙ୍କ ପାଇଁ ଭଗବାନ ଆସିଛନ୍ତି .. ଅପେକ୍ଷା ସେହି ଦିବ୍ୟ ସ୍ନାନକୁ .. କେତେବେଳେ ପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ।

ସଜେଇ ହୋଇଛନ୍ତି ମହାବାହୁ । ମଥାରେ ଶୋଭା ପାଉଛି ଭଳିକି ଭଳି ଫୁଲ, ଗଳାରେ ପଡ଼ିଛି ତୁଳସୀ ମାଳ । ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନ । ଆଉ କିଛି ସମୟ ପରେ ଦାରୁଦିଅଁଙ୍କ ଦିବ୍ୟସ୍ନାନ ।ଶ୍ରୀମୁଖ ଅଧର ପୋଛା ନୀତି ସମ୍ପନ୍ନ ହେଉଛି । ବେଶ ଲାଗି ପାଇଁ ସୁନ୍ଦର ଦିଶିଲାଣି କଳାଶ୍ରୀମୁଖ ।

ମହାପ୍ରଭୁ କରୁଛନ୍ତି ମାନବ ଲୀଳା । ସ୍ନାନବେଦୀରୁ ଲକ୍ଷଲକ୍ଷ ଭକ୍ତଙ୍କୁ ଦେଉଛନ୍ତି ଦିବ୍ୟ ଦର୍ଶନ । ଏ ଆଡ଼ମ୍ବର, ଏ ସାଜସଜ୍ଜା, ସବୁ ସେଇ ବ୍ରହ୍ମାଣ୍ତ ଗୋସାଇଁ ପାଇଁ, ଆଉ ମାତ୍ର କେଇ ମୂହୁର୍ତ୍ତର ଅପେକ୍ଷା । ତଡ଼ପ ଲାଗି ଓ ଅବକାଶ ନୀତି ସମ୍ପନ୍ନ । ଆରମ୍ଭ ହେବ ଦିବ୍ୟ ସ୍ନାନ ।

Snana Yatra 2024

ବାମ କଡ଼େ ମୂରଲିକା, ଶିରେ ଶିଖି ପୁଚ୍ଛ ଶିଖା, କଟୀ ତଟେ ପୀତାମ୍ବର । ବିଶ୍ୱ ପ୍ରାଣ, ବିଶ୍ୱ ଧାର, ବିଶ୍ୱ ଜୀବନ, ବିଶ୍ୱପତି , ବିଶ୍ୱମ୍ଭର କରୁଣା ସାଗର ମହାବାହୁ ବଳିୟାରଭୁଜଙ୍କର ଅଦ୍ୟ ପାବନ ଦିବ୍ୟ ସ୍ନାନଯାତ୍ରା ।

ଭଗବାନଙ୍କୁ ଦେଖିବାକୁ ଧାଇଁ ଆସିଛି ଭକ୍ତ । ଆଃ କି ସୁନ୍ଦର ଦୃଶ୍ୟ । ଲୋକାରଣ୍ୟ ଆଜି ବଡ଼ଦାଣ୍ତ । ଧୂପ, ଦୀପ, ଘଣ୍ଟ, ଘଣ୍ଟାରେ କମ୍ପୁଛି ଚଉଦିଗ । ଦେବତା ବି ଆଜି ନତମସ୍ତକ । ପ୍ରଭୁ ଆସିଛନ୍ତି ବୋଲି ।

ଏହାକୁ ଜ୍ୟେଷ୍ଠ ସ୍ନାନ ଓ ଜଳ ବିଜେ ମଧ୍ୟ କୁହାଯାଏ । ଚର୍ମ ଚକ୍ଷୁରେ ଏହାକୁ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ ବୋଲି ବିଶ୍ୱାସ ରହିଛି ।ପ୍ରଭୁଙ୍କ ନିକଟରେ ୨୧ ଦିନ ରହିବେ ଜଳତତ୍ତ୍ୱ । ସେ ଜଳକୁ ଭଲ ପାଉଥିବା ଠାକୁର । ସେ ଜଳରେ ଶୟନ କରନ୍ତି । ଜଳ ତାଙ୍କର ଅତି ପ୍ରିୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+