Get Updates
Get notified of breaking news, exclusive insights, and must-see stories!

ସ୍ନାନ ପୂର୍ଣ୍ଣିମା ୨୦୨୩ ଲାଇଭ୍ ଅପଡେଟ୍: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୁରତୀ

Snana Purnima 2023 Live Update: ଆଜି ସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ପବିତ୍ର ଦେବସ୍ନାନ ପୁର୍ଣ୍ଣିମାରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବେ ତିନି ଠାକୁର । ପରେ ହାତୀବେଶ ବା ଗଜାନନ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ସାଧାରଣତଃ ବର୍ଷରେ ଗୋଟିଏ ଥର ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି । ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ। ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇ ଥାଏ। ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି । ସ୍ନାନ ପୂର୍ଣ୍ଣିମା ୨୦୨୩ ଟିକିନିକି ଲାଇଭ୍ ଅପଡେଟ୍ ଜାଣିବା ପାଇଁ 'ୱାନଇଣ୍ଡିଆ ଓଡ଼ିଆ' ସହ ଯୋଡ଼ି ହୋଇ ରହିଥାନ୍ତୁ...

Snana Purnima 2023 Live Update

Jun 04, 2023, 5:40 pm IST

ଲାଇଭ୍ ଅପଡେଟ୍କୁ ଏଇଠି ସମାପ୍ତ କରୁଛୁ.. ଧନ୍ୟବାଦ
Jun 04, 2023, 5:40 pm IST

ଏହାପରେ ଆରମ୍ଭ ହେବା ଶ୍ରୀଜିଉଙ୍କ ଗଜବେଶ । ପରେ ପରେ ସନ୍ଧ୍ୟା ୬ଟାରୁ ରାତି ସାଢେ ୯ ଅର୍ଥାତ୍‌‌ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ । ଶେଷରେ ବାହୁଡା ପହଣ୍ଡି ରାତି ୧୦ରୁ ଆରମ୍ଭ ହୋଇ ରାତି ୧ଟାରେ ଶେଷ ହେବ ।
Jun 04, 2023, 5:31 pm IST

ସରିଲା ସ୍ନାନ, ବ୍ୟତିକ୍ରମ କଲା ମହାସ୍ନାନ
Jun 04, 2023, 4:30 pm IST

ଛେରା ପହଁରା କଲେ ପୁରୀ ଗଜପତି ମହାରାଜା

ସ୍ନାନ ମଣ୍ତପରେ ଛେରା ପହଁରା କଲେ ପୁରୀ ଗଜପତି ମହାରାଜା
Jun 04, 2023, 4:27 pm IST

କିଛି ସମୟ ମଧ୍ୟରେ ସ୍ନାନ ମଣ୍ତପରେ ଛେରା ପହଁରା କରିବେ ପୁରୀ ଗଜପତି ମହାରାଜା
Jun 04, 2023, 4:20 pm IST

ଚାମର ସେବା କରୁଛନ୍ତି ପୁରୀ ରାଜା
Jun 04, 2023, 3:33 pm IST

ସ୍ନାନ ମଣ୍ତପରେ ରକ୍ତଛିଟା

ସ୍ନାନ ମଣ୍ତପରେ ରକ୍ତଛିଟା ପାଇଁ ଶ୍ରୀଜିଉଙ୍କର ଚାଲିଛି ମହାସ୍ନାନ ।
Jun 04, 2023, 3:09 pm IST

ସରିଲା ଚତୁର୍ଦ୍ଧା ମୂରତିଙ୍କ ସ୍ନାନ କାର୍ଯ୍ୟ

ସରିଲା ଚତୁର୍ଦ୍ଧା ମୂରତିଙ୍କ ସ୍ନାନ କାର୍ଯ୍ୟ
ସରିଲା ଚତୁର୍ଦ୍ଧା ମୂରତିଙ୍କ ସ୍ନାନ କାର୍ଯ୍ୟ, ଗଜନାନ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ ଶ୍ରୀଜିଉ ।
Jun 04, 2023, 2:41 pm IST

ସୁନା କଳସରେ ସ୍ନାନ କଲେ ମହାପ୍ରଭୁ

ସୁନା କଳସରେ ସ୍ନାନ କଲେ ମହାପ୍ରଭୁ
ସ୍ନାନନୀତି ଦେଖିବା ପାଇଁ ବଡଦାଣ୍ତରେ ଜନ ସମୁଦ୍ର ।
Jun 04, 2023, 2:24 pm IST

ସ୍ନାନବେଦୀରେ ମହାସ୍ନାନ କଲେ ଶ୍ରୀଜିଉ, ଏବେ ହେବ ଗଜ ବେଶ

ସ୍ନାନବେଦୀରେ ମହାସ୍ନାନ କଲେ ଶ୍ରୀଜିଉ, ଏବେ ହେବ ଗଜ ବେଶ ।
Jun 04, 2023, 1:37 pm IST

ପବିତ୍ର ସ୍ନାନଯାତ୍ରା ଅବସରରେ ସ୍ନାନ ମଣ୍ଡପରେ ଶୋଭା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି।
Jun 04, 2023, 1:21 pm IST

ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ

ଜଗନ୍ନାଥ ସ୍ୱାମୀ, ନୟନ ପଥଗାମୀ
ସ୍ନାନମଣ୍ଡପର ଆକର୍ଷଣ ପାଲଟିଛନ୍ତି ଦାରୁବ୍ରହ୍ମ । ତୁଳସୀମାଳା ଓ ପୁଷ୍ପମାଳାରେ ସୁସଜ୍ଜିତ ହେଇ ବିମୋହିତ କରୁଛନ୍ତି ତିନିଠାକୁର ।
Jun 04, 2023, 1:06 pm IST

ଟଳିପଡ଼ିଲେ ରାଜସ୍ଥାନର ଭକ୍ତ

ମହାପ୍ରଭୁଙ୍କ ସ୍ନାନଯାତ୍ରା ସମୟରେ ସ୍ନାନ ମଣ୍ଡପ ସମ୍ମୁଖରେ ଟଳିପଡ଼ିଲେ ରାଜସ୍ଥାନର ଭକ୍ତ । ଭକ୍ତଙ୍କ ନାମ ହେଉଛି ଅମ୍ବଲାଲ ଭୋଇ ।
Jun 04, 2023, 1:01 pm IST

ଦର୍ଶନ ଦେଉଛନ୍ତି କାଳିଆ ସାଅନ୍ତ

ଦର୍ଶନ ଦେଉଛନ୍ତି କାଳିଆ ସାଅନ୍ତ
ହରିବୋଲ,ହୁଳହୁଳିରେ କମ୍ପୁଛି ବଡଦାଣ୍ଡ। ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି କାଳିଆ ସାଅନ୍ତ ।
Jun 04, 2023, 12:47 pm IST

ପୁରୀରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଭକ୍ତଙ୍କର ଡାକ୍ତରଖାନାରେ ମୃତ୍ୟୁ ।
Jun 04, 2023, 12:26 pm IST

ଭକ୍ତଙ୍କ ଅପେକ୍ଷାରେ ମହାପ୍ରଭୁ...

ଭକ୍ତଙ୍କ ଅପେକ୍ଷାରେ ମହାପ୍ରଭୁ...
ଭକ୍ତଙ୍କ ଅପେକ୍ଷାରେ ମହାପ୍ରଭୁ...
Jun 04, 2023, 12:16 pm IST

ସ୍ନାନବେଦୀରେ ବଡ଼ ଠାକୁର ଶ୍ରୀ ବଳଭଦ୍ର

ସ୍ନାନବେଦୀରେ ବଡ଼ ଠାକୁର ଶ୍ରୀ ବଳଭଦ୍ର
ସ୍ନାନବେଦୀରେ ବଡ଼ ଠାକୁର ଶ୍ରୀ ବଳଭଦ୍ର...
Jun 04, 2023, 12:15 pm IST

ସ୍ନାନବେଦୀରେ ଶ୍ରୀଜିଉ...

ସ୍ନାନବେଦୀରେ ଶ୍ରୀଜିଉ...
ସ୍ନାନବେଦୀରେ ଶ୍ରୀଜିଉ...
Jun 04, 2023, 12:10 pm IST

ସ୍ନାନଯାତ୍ରା ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ସ୍ନାନଯାତ୍ରା ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ।
Jun 04, 2023, 11:55 am IST

୧୦୮ ଗରା ଜଳରେ ସ୍ନାନ କରାଯାଇଛି...

ତମ୍ବା, ସୁନା ଓ ରୁପା ଗରାରେ ଜଳ ଆସି ଲାଗିଥାଏ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଇଛି । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଇ ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଇଛି ।
Jun 04, 2023, 11:50 am IST

୧୦୮ ଗରା ଜଳରେ ଗାଧୋଇବା ପରେ ଭିସଣ ଜ୍ୱରରେ ପଡ଼ିଥାନ୍ତି ମହାବାହୁ ।
Jun 04, 2023, 11:26 am IST

ସଂଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତି ସାହାଣମେଳା ଦର୍ଶନ ଦେଇଥାନ୍ତି ।
Jun 04, 2023, 11:19 am IST

ଦେବ ସ୍ନାନ ପୂର୍ଣ୍ଣିମା ଦିନ ତିନିଠାକୁରଙ୍କ ପାଇଁ ଏକ ବେଶଷ ଭୋଗ ପ୍ରସ୍ତୁତ କରାଯାଇଥାଏ ।
Jun 04, 2023, 11:01 am IST

ସ୍ନାନ ସମାରୋହ ସମାପ୍ତ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ସାଦା ବେଶ ପରିଧାନ କରନ୍ତି ।
Jun 04, 2023, 10:26 am IST

ଆଜି ସ୍ନାନ ପୂର୍ଣ୍ଣିମା

ବଳଭଦ୍ରଙ୍କୁ ୩୩ଗୋଟି, ମହାପ୍ରଭୁ ଜଗନ୍ନାଖଙ୍କୁ ୩୫ଗୋଟି, ଭଉଣୀ ଦେବୀ ସୁଭଦ୍ରାଙ୍କୁ ୨୨ ଗୋଟି ଏବଂ ସୁଦର୍ଶନଙ୍କୁ ୧୮ ଗୋଟି ଗରାରେ ସ୍ନାନ କରାଯାଇଥାଏ ।
Jun 04, 2023, 9:43 am IST

ଆଜି ପୂର୍ବାହ୍ନ ୧୧ଟା ୨୦ରୁ ମଧ୍ୟାହ୍ନ ୧୨ଟା ୪୫ ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ ।
Jun 04, 2023, 9:41 am IST

ପାରମ୍ପାରିକ ହିନ୍ଦୁ କ୍ୟାଲେଣ୍ଡରରେ 'ଜ୍ୟେଷ୍ଠ' ମାସର 'ପୂର୍ଣ୍ଣିମା'ଦିନ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଏ ।
Jun 04, 2023, 9:27 am IST

ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Jun 04, 2023, 9:08 am IST

ସ୍ନାନବେଦୀରେ ଚତୁର୍ଦ୍ଧାମୂରତି

ନିର୍ଦ୍ଧାରିତ ସମୟରେ ଚାଲିଛି ନୀତିକାନ୍ତି ।
Jun 04, 2023, 9:04 am IST

ସ୍ନାନବେଦିରେ ବିଜେ କଲେ ତିନି ଠାକୁର

ଦିବ୍ୟସ୍ନାନ ପରେ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ ।
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+