Get Updates
Get notified of breaking news, exclusive insights, and must-see stories!

ସ୍ନାନବେଦୀରେ ମହାସ୍ନାନ କଲେ ଶ୍ରୀଜିଉ, ଏବେ ହେବ ଗଜ ବେଶ

ସ୍ନାନବେଦୀରେ ମହାସ୍ନାନ କଲେ ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କଲେ ମହାପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ।

ପୁରୀ: ସ୍ନାନବେଦୀରେ ମହାସ୍ନାନ କଲେ ଶ୍ରୀଜିଉ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ କଲେ ମହାପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା । ଧାଡ଼ି ପହଣ୍ଡିରେ ଆସି ଆଜି ସ୍ନାନମଣ୍ଡପରେ ବିଜେ କରିଥିଲେ ଶ୍ରୀଜିଉ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର ବିଜେ କରିଥିଲେ । ଧାଡ଼ିପହଣ୍ଡିରେ ଦେବୀ ସୁଭଦ୍ରା, ଶେଷରେ ଶ୍ରୀଜଗନ୍ନାଥ ବିଜେ କରିଥିଲେ ।

Snana Yatra 2022

ତମ୍ବା, ସୁନା ଓ ରୁପା ଗରାରେ ଜଳ ଆସି ଲାଗିଥାଏ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଇଛି । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଇ ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଇଛି ।

ସ୍ନାନ ପରେ ତିନି ଠାକୁର ଓ ଅନ୍ୟାନ୍ୟ ବିଗ୍ରହ ମାନଙ୍କୁ ଗଣପତି ବେଶ ବା ଗଜ ବେଶରେ ସୁଜଜ୍ଜିତ କରାଯିବ । ପୁରାଣ ଶାସ୍ତ୍ର ମାନଙ୍କରେ ଏହି ମହାନ ପର୍ବକୁ ମହାଜ୍ୟେଷ୍ଠ ସ୍ନାନ ଭାବେ ଅଭିହିତ କରାଯାଇଛି । ରାଷ୍ଟ୍ରର କଲ୍ୟାଣ ପ୍ରାଣୀର ମଙ୍ଗଳ, ପାପ ବିନାଶ ପାଇଁ ଏହି ମହତ ଯାତ୍ରାର ଉଦେଶ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+