Get Updates
Get notified of breaking news, exclusive insights, and must-see stories!

ବିନା ଭକ୍ତରେ ସ୍ନାନଯାତ୍ରା : ପ୍ରାତଃ 4ଟା ସୁଦ୍ଧା ସ୍ନାନ ମଣ୍ଡପରେ ଦାରୁବ୍ରହ୍ମ, ଜାଣନ୍ତୁ ସମ୍ପୂର୍ଣ୍ଣ ନୀତିକାନ୍ତି

ଚଳିତମାସ 24 ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସ୍ନାନଯାତ୍ରା । କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା ।

ପୁରୀ : ଚଳିତମାସ 24 ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସ୍ନାନଯାତ୍ରା । କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସ୍ନାନଯାତ୍ରାରେ କରୋନା ସଂକ୍ରମିତ ହୋଇ ନଥିବା ପାଳିଆ ସେବକମାନେ ଅଂଶଗ୍ରହଣ କରିବେ ।
ସ୍ନାନଯାତ୍ରାର ନୀତିକାନ୍ତି
ରାତି 1ଟାରୁ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ପ୍ରାତଃ 4ଟାରେ ଶେଷ ହେବ । ସକାଳସୁଦ୍ଧା ବଳଭଦ୍ର, ଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନ ସ୍ନାନମଣ୍ଡପକୁ ବିଜେ କରିବେ ।

ସ୍ନାନଯାତ୍ରା

ସକାଳ 9ଟାରୁ 10ଟା ମଧ୍ୟରେ ଶୀଜୀଉଙ୍କ ସ୍ନାନନୀତି ଅନୁଷ୍ଠିତ ହେବ । ସେଠାରେ 108 ଗଡୁ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯିବ । ପରେ ସ୍ନାନବେଦୀ ଉପରକୁ ଯାଇ ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ଛେରାପହଁରା କରିବେ । ଦିନ 11ଟାରୁ 12ଟା ମଧ୍ୟରେ ଶ୍ରୀଜୀଉଙ୍କ ହାତୀବେଶ କରାଯିବାକୁ ସ୍ଥିର ହୋଇଛି । ଅପରାହ୍ନ 5ଟାରେ ମହାପ୍ରଭୁ ବାହୁଡା ପହଣ୍ଡି କରିବେ । ରାତି 7ଟା ସୁଦ୍ଧା ପହଣ୍ଡି ଶେଷ ହୋଇ ଅଣସର ପିଣ୍ଡିରେ ଅଣସର ବିଧି ଆରମ୍ଭ ହେବ ।
ସେବାୟତଙ୍କ ହେବ ଆରଟିପିସିଆର ପରୀକ୍ଷା
ଚଳିତବର୍ଷ ବିନା ଭକ୍ତରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଥିବାରୁ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ଗୁରୁତ୍ୱ ଦେଇଛି ପ୍ରଶାସନ । କରୋନା କଟକଣା କଡାକଡ଼ି ପାଳନ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି । ସ୍ନାନପୂର୍ଣ୍ଣିମାର 48 ଘଣ୍ଟା ପୂର୍ବରୁ ପାଳିଆ ସେବାୟତଙ୍କ ଆରଟିପିସିଆର୍ ପରୀକ୍ଷା କରାଯିବ । ସ୍ନାନଯାତ୍ରା ଦିନ କେବଳ ପାଳିଆ ସେବାୟତଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+