Get Updates
Get notified of breaking news, exclusive insights, and must-see stories!

ଭକ୍ତଙ୍କ ଗହଳିକୁ ଦେଖି ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା; AI କ୍ୟାମେରା ନଜରରେ ପୁରୀ ସହର

ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦିବ୍ୟ ସ୍ନାନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ । ଭକ୍ତଙ୍କ ଗହଳିକୁ ଦେଖି ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା । AI କ୍ୟାମେରା ନଜରରେ ପୁରୀ ସହର । ଶ୍ରୀକ୍ଷେତ୍ର ସୁରକ୍ଷାରେ ୭୦ ପ୍ଲାଟୁନ୍ ଫୋର୍ସ ।

Puri city under AI camera surveillance

ଭକ୍ତିମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡ ଏକପ୍ରକାର ଲୋକାରଣ୍ୟ ହୋଇଛି। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନବେଦିରେ ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ମହାପ୍ରଭୁଙ୍କ ଏହି ଦିବ୍ୟ ଦର୍ଶନ କରିବାକୁ ପୁରୀରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଭାବବିହ୍ବଳ ହୋଇପଡ଼ିଛନ୍ତି।

୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ସହ ଭକ୍ତଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ ଦେବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ବ୍ୟାରିକେଡ୍‌ ବ୍ୟବସ୍ଥା ହୋଇଛି। ଆଇନଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋର ୪.୩୦ରେ ମଙ୍ଗଳାର୍ପଣ, ଭୋର ୫ଟାରେ ଧାଡ଼ି ପହଣ୍ଡି କରାଯାଇଥିଲା। ସକାଳ ୯ଟାରେ ମଙ୍ଗଳଆଳତି ପରେ ଅନ୍ୟାନ୍ୟ ନୀତି ହେବ। ଅପରାହ୍ନ ୩ଟା ୩୦ରେ ଛେରାପହଁରା, ୪ଟା ୩୦ରେ ହାତୀବେଶ ଅନୁଷ୍ଠିତ ହେବ। ରାତି ୧୧ଟାରେ ହାତୀବେଶ ମଇଲମ କରାଯିବ।

'ରାଧାରାଣୀ ପୁଷ୍ପ ତୋଳେ ...କୃଷ୍ଣଙ୍କ ନିମନ୍ତେ ଫୁଲକୁ ଝଳେ ,ମଣ୍ଡାଇ ଦିଏ ଶରୀରେ ସଖୀ ଗୋ...' ଆଜି ଷୋଳ ସହସ୍ର ଗୋପାଙ୍ଗନା ଓ ରାଧାରାଣୀଙ୍କ ପରି ଭକ୍ତଙ୍କ ଅର୍ପିତ ପୁଷ୍ପମାଳାଙ୍କୁ ପରିଧାନ କରିଛନ୍ତି ମହାପ୍ରଭୁ । ଶିରେ ଶିଖି ପୁଚ୍ଛ ତୋଳି ଯେ ନାଚନ୍ତି ଢ଼ଳି ,ତେଣୁ ରସରାଜ ମୋ ବିହାରି ସଖୀ ଗୋ...' । ଆମ ଭଗବାନ୍ ମଥାରେ ମଣ୍ଡନ ହୁଅନ୍ତି ଫୁଲରେ ବିଭୂଷିତ ହୁଅନ୍ତି ମଥାରେ ପିନ୍ଧନ୍ତି ମୟୂର ଚନ୍ଦ୍ରିକା । ସେଥିପାଇଁ କେଡ଼େ ସୁନ୍ଦର ସେ ।

ଆଜି ମହାପ୍ରଭୁଙ୍କ ସେବାରେ ଏକତ୍ରିତ ହୁଅନ୍ତି ସମସ୍ତ ସେବାୟତ । ଦତ୍ତ ମହାପ୍ରଭୁଙ୍କଠାରୁ ଆରମ୍ଭ କରି ଗରାବଡ଼ୁ, ଦଇତାଙ୍କ ଯାଏଁ ସମସ୍ତେ ଏକାଠି ବଡ଼ ଦିଅଁଙ୍କ ପାଖରେ ସେବା ଅର୍ପଣ କରନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା, ମହାପ୍ରଭୁଙ୍କ ଆବିର୍ଭାବର ଦିନ । ତେଣୁ ଆଜି ଯେଉଁ କର୍ମ ଆରମ୍ଭ କଲେ ସବୁ ହୋଇଯାଏ ପବିତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+