Get Updates
Get notified of breaking news, exclusive insights, and must-see stories!

ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି; ତୁ ଭାବ ବିନୋଦିଆ.. ତୁ ରସିକନାଗର ... କୋଟି କୋଟି ଜନ୍ମର ପୂଣ୍ୟଫଳ

ତତେ ଦେଖିବାକୁ ଏ ଭିଡ଼.. ତୁ ଭାବ ବିନୋଦିଆ.. ତୁ ରସିକନାଗର ... କୋଟି କୋଟି ଜନ୍ମର ପୂଣ୍ୟଫଳ ତୁ ... ତତେ ଦେଖି ଆମେ ଧନ୍ୟ ...

ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ଆହା କି ସୁନ୍ଦର ଦୃଶ୍ୟ । ଦିଶେ କେଡ଼େ ମନଲୋଭା , ସେ ବାଙ୍କଚାହାଣି । ସେ ମନ୍ଦ ମନ୍ଦ ମୁରୁକି ହସ । ସତେ କି ସ୍ୱର୍ଗ ତୃପ୍ତି । ସ୍ନାନବେଦୀରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ । ବର୍ଷକ ପରେ ଆଖିରେ ମିଶିଲା ଆଖି । ବିଭୋର ଭକ୍ତ ।

ଭକ୍ତଙ୍କୁ ଚାହିଁଦେଲା କାଳିଆ । ମହାପ୍ରଭୁଙ୍କ ଅପୂର୍ବ ଚାହାଣି ଦେଖି ଲାଖିଗଲା ଭକ୍ତମନ । ଭକ୍ତଙ୍କୁ କଣେଇ ଚାହିଁଲେ ମହାପ୍ରଭୁ । ଦର୍ଶନ ପାଇ ଧନ୍ୟ ହେଲେ ଭକ୍ତଗଣ । ଏବେ ସ୍ନାନବେଦୀରେ ରୁନ୍ଧା ହେବେ ଦାରୁବ୍ରହ୍ମ ଜଗନ୍ନାଥ ।

Snana Purnima

ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂରତି । ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ବିରାଜିଲେ । ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର । ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ ସମ୍ପନ୍ନ ହୋଇଛି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ପହଣ୍ଡି ବେଳେ ଘଟିଲା ଅଲୌକିକ ଘଟଣା । ବର୍ଷକ ପରେ ହେଲା ଚାରି ଚକ୍ଷୁର ମିଳନ ଭଗବାନଙ୍କୁ ଦେଖି ଛଳଛଳ ଭକ୍ତର ଆଖି। ଦିଶିଲା କାଳିଆର ଶ୍ରୀମୁଖ । ବିଭୋର ଭକ୍ତ ... ହଲି ହଲି ଆସୁଛନ୍ତି କାଳିଆ ସାଆନ୍ତ । ରତ୍ନବେଦୀରୁ ସ୍ନାନବେଦୀ ଆସି ଜନସମୁଦ୍ର ଦେଖୁଛି ଭାବ ବିନୋଦିଆ କଳା ଠାକୁର ।

ଆଃ ମହାପ୍ରଭୁ ମନ୍ଦ ମନ୍ଦ ଗତିରେ । ଧୀର ଧୀର ଗତିରେ , ସ୍ନାନ ମଣ୍ତପକୁ ଆସୁଛନ୍ତି । ଏ ଗତି ହେଉଛି ସଭ୍ୟତାର କଥା । ଯୌବନର କଥା , ଜୀବନର କଥା । ଝଲସି ଦିଶିଲାଣି ଚକାଆଖି । ଭାବବିହ୍ୱଳ ଭକ୍ତ । ଟାହିଆ ହଲାଇ ଭକ୍ତଙ୍କୁ ଦର୍ଶନ ଦେଲେଣି ଟକାଆଖି । ସ୍ନାନବେଦୀକୁ ବିଜେ କରିଥିଲେ ସାଆନ୍ତେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+