ଆଉ ଦିନକ ପରେ ସ୍ନାନ ପୂର୍ଣ୍ଣିମା: ଆଜିଠୁ ଶ୍ରୀମନ୍ଦିରକୁ ଦଇତାପତିଙ୍କ ପ୍ରବେଶ
ପୁରୀ:ଆଉ ଦିନକ ପରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ତେବେ ଦେବସ୍ନାନ ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ୧୦୮ କଳସ ଜଳରେ ସ୍ନାନ କରାଯାଇଥାଏ ।
ପୌରାଣିକ କଥାଚିତ୍ର ଅନୁସାରେ, ଜ୍ୟଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଅର୍ଥାତ୍ ବର୍ଷକୁ ଥରେ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଏକାଠି ଜଳସ୍ନାକ କରିଥାନ୍ତି । ସେପଟେ ରଥଯାତ୍ରା ପାଇଁ ଆଜି ଠାରୁ ଶ୍ରୀମନ୍ଦିରକୁ ସକାଳୁ ସକାଳୁ ପ୍ରବେଶ କରିଛନ୍ତି ଦଇତାପତି । ଆଜିଠାରୁ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଅଣସର ନୀତି, ଶ୍ରୀଗୁଣ୍ତିଚା, ବାହୁଡା଼, ସୁନାବେଶ ଓ ନୀଳାଦ୍ରିବେଜେ ନୀତି କରିବେ ଦଇତାପତି ଶେବକ ମାନେ ।

ସେହିପରି ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ବଉଳ କାଠରେ ସେନାପଟା ନିର୍ମାଣ କରାଯିବ । ଆଉ ମାତ୍ର ଦିନକ ପରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦିନ ଗଜାନନ ବେଶ ଅନୁଷ୍ଠିତ ହେବ । ପୁରୀର ରାଘବଦାସ ମଠ ଓ ଗୋପାଳତୀର୍ଥ ମଠ ଏହି ବେଶ୍ ପ୍ରସ୍ତୁତ କରିଥାନ୍ତି । ଯେଉଁଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମହାପ୍ରଭୁଙ୍କର ହାତୀ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।












Click it and Unblock the Notifications