ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ସାପ
Odisha News: ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲା ସାପ । ବିମାନରେ ବିସ୍କୁଟ ଡବାରେ ସାପ ଚାଲାଣ ହେଉଥିବା ସମୟରେ ଜବତ କରାଯାଇଛି । ସେହିପରି ସାପ ସହ ୯ଟି କଇଁଛ, ଗୋଧି ଏବଂ ଏଣ୍ତୁଅ ମଧ୍ୟ ଉଦ୍ଧାର କରାଯାଇଛି । ସେହିପରି ଏହି ଘଟଣାରେ ଚେନ୍ନାଇର ଜଣେ ଯୁବକଙ୍କୁ ଅଟକ ରଖାଯାଇଛି ।

ସୂଚନା ଅନୁସାରେ, ବ୍ୟଙ୍କକରୁ ଭୁବନେଶ୍ୱର ଦେଇ ଚେନ୍ନାଇ ଚାଲାଣ କରାଯାଉଥିଲା ସାପ । ଯାଞ୍ଚ ହେବା ପରେ ଚେନ୍ନାଇର ଜଣେ ଯୁବକଙ୍କୁ ଅଟକ ରଖାଯାଇଛି ଏବଂ ସିଟି ଫରେଷ୍ଟର ତଦନ୍ତ ଜାରି ରହିଛି ।












Click it and Unblock the Notifications