ସାପ ଚୋଟରେ ଚାଲିଗଲା ସାପ ଧରାଳିଙ୍କ ଜୀବନ

ଭୁବନେଶ୍ୱର: ଚୋଟ ମାରିଲା ସାପ, ଚାଲିଗଲା ସାପ ଧରାଳିର ଜୀବନ । ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ । ବିଷଧର ନାଗ ସାପ କାମୁଡାରେ ସାପ ଧରାଳିଙ୍କ ମୃତ୍ୟୁ । ଏମିତି ଏକ ଅଭାବନୀୟ ଖବର ଆସିଛି ସୁବର୍ଣ୍ଣପୁର ବିରମହାରାଜପୁର ଥାନା ପରିସରରୁ । ମୃତ ସାପ ଧରାଳିଙ୍କ ନାଁ ଗୌର ଜଗଦଲା । ସେ ମେଣ୍ଡାମାଳ ଗାଁର ବାସିନ୍ଦା ବୋଲି ଜଣାପଡିଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ମିଳିଥିବା ସୂଚନା ମୁତାବକ, ସାପ ଧରାଳି ଗୌର ଚମ୍ପାମାଳ ଗ୍ରାମର ଜଣଙ୍କ ଘରୁ ଏକ ବିଷଧର ସାପ ଧରିଥିଲେ । ପରେ ସେ ସାପ ଧରି ବୀରମହାରାଜପୁର ଥାନାକୁ ଆସିଥିଲେ । ଥାନା ପରିସରରେ ଲୋକଙ୍କୁ ସାପ ପ୍ରଦର୍ଶନ କରୁଥିଲେ । ସେତିକିବେଳେ ସାପଟି ତାଙ୍କୁ କାମୁଡ଼ି ଦେଇଥିଲା । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାପ ଧରାଳି ଗୌରଙ୍କ ମୃତ୍ୟୁ ଘଟିଥିଲା ।

snake bite

ଗୌର ୧୫ ବର୍ଷରୁ ଅଧିକ ସମୟ ହେଲା ଲୋକଙ୍କ ପାଖରୁ ଖବର ପାଇ ସାପ ଧରିବାକୁ ଯାଉଥିଲେ । ବିଷଧର ସାପଗୁଡ଼ିକ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଉଥିଲେ । ହେଲେ ଆଜି ଅସାବଧାନତା କାରଣରୁ ତାଙ୍କୁ ସାପ କାମୁଡ଼ି ଦେଇଥିଲେ । ସେ ଥାନାରେ ସାପଟିକୁ କିଛି ସମୟ ଖେଳାଇ ପ୍ଲାଷ୍ଟିକ୍ ଡବାରେ ଭର୍ତ୍ତି କରୁଥିବା ବେଳେ ଉପସ୍ଥିତ ପୁଲିସ୍ ଓ ଲୋକଙ୍କ ଆଡ଼କୁ ଚାହିଁ କଥା ହେଉଥିଲେ ।

ଆଉ ସେହି ସମୟରେ ସାପଟି ଡବାରୁ ବାହାରି ତାଙ୍କର ଏକ ହାତର ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା । ସୂଚନା ଅନୁଯାୟୀ, ଗୌର ସାପ ଧରିବାକୁ କୌଣସି ତାଲିମ ପାଇ ନଥିଲେ । ବନ ବିଭାଗର ନିୟମ ମୁତାବକ ପଂଜିକରଣ ପାଇଁ ସେ ଅନେକ ଥର ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ ମଧ୍ୟ ତାଙ୍କର ପଂଜିକରଣ ଏପର୍ଯ୍ୟନ୍ତ ହୋଇନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+