ସ୍ୱପ୍ନରେ ସାପ ଦେଖୁଛନ୍ତି କି, ଜାଣନ୍ତ ଏହା ଶୁଭ ନା ଅଶୁଭ
ଆମ୍ଭେ ମାନେ ପ୍ରାୟତଃ ସପ୍ନରେ ଅନେକ ଜିନିଷ ଦେଖୁଥାଉ । ଜ୍ୟୋତିଷ ଶାସ୍ତ୍ର ଏବଂ ସପ୍ନ ଶାସ୍ତ୍ର ଅନୁଯାୟୀ, ଏହି ସପ୍ନ ଗୁଡ଼ିକ ଆମ ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ସେହିଭଳି, ସପ୍ନ ରେ ସାପ ଦେଖିବା ମଧ୍ୟ ଶୁଭ ଏବଂ ଅଶୁଭ ସଙ୍କେତ ଦେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜୀବନ ରେ ରାହୁ ଦଶା ଆରମ୍ଭ ହେଲେ ସପ୍ନରେ ସାପ ଦେଖାଯାଇଥାଏ । ଚାଲନ୍ତୁ ଜାଣିବା ସପ୍ନରେ ସାପ ଦେଖିବାର ମାନେ କ'ଣ ?
ସ୍ୱପ୍ନରେ ବାରମ୍ବାର ସାପ ଦେଖିବା
ଯଦି କେହି ସପ୍ନରେ ସାପକୁ ବାରମ୍ବାର ଦେଖନ୍ତି, ତେବେ ଏହାର ଅର୍ଥ ଯେ ରାଶିରେ ସର୍ପ ଦୋଷ ରହିଛି । ଏହା ବ୍ୟତୀତ ସପ୍ନରେ ଏକ ସାପ ପାଣିରେ ପହଁରୁଥିବାର ଦେଖିବା ମଧ୍ୟ କାଳ । ସର୍ପ ଯୋଗକୁ ସୂଚିତ କରିଥାଏ ।
କୌଣସି ମନ୍ଦିରରେ ସାପ ଦେଖିବା
ସପ୍ନରେ କୌଣସି ମନ୍ଦିର ରେ ସାପ ଦେଖିବା ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏପରି ସପ୍ନ ଆପଣଙ୍କର ଇଚ୍ଛା ଶୀଘ୍ର ପୂରଣ ହେବାକୁ ସୂଚିତ କରିଥାଏ ।

ଗଛ ଉପରେ ସାପ ଚଢୁଥିବାର ଯଦି ଦେଖିବା ସ୍ୱପ୍ନ
ସପ୍ନରେ ଏକ ଗଛ ଉପରକୁ ଚଢୁଥିବା ସାପ ଦେଖିବା ଶୁଭ ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଏଭଳି ସପ୍ନ ଜୀବନ ରେ ପ୍ରଗତି ଏବଂ ସଫଳତାକୁ ସୂଚିତ କରିଥାଏ । ଏପରି ସପ୍ନ ଦେଖୁଥିବା ବ୍ୟକ୍ତିଙ୍କୁ ତାଙ୍କର ଅଟକି ରହିଥୁବା ଧନ ମିଳିପାରେ ।
ଶିବ ଲିଙ୍ଗ ଉପରେ ସାପ ଦେଖିବା :
ସପ୍ନରେ ଆପଣ ଶିବ ଲିଙ୍ଗ ଉପରେ ସାପ ଦେଖୁଲେ ବୁଝି ଯିବେ ଯେ ଆପଣଙ୍କ ଉପରେ ଶିବଙ୍କର କୃପା ରହିଛି ।
ଧଳା, ସୁବର୍ଣ୍ଣ ଏବଂ ଉଜ୍ଜ୍ୱଳ ସାପ ଦେଖିବା :
ସପ୍ନରେ ସୁବର୍ଣ୍ଣ କିମ୍ବା ଉଜ୍ଜ୍ୱଳ ସାପ ଦେଖୁବା ଭାଗ୍ୟ ଖୋଲିବାକୁ ସୂଚିତ କରିଥାଏ । ଆପଣଙ୍କ ସମସ୍ୟା ଦୂର ହୋଇ ଜୀବନରେ ସୁଖ-ସମୃଦ୍ଧି ଆସିଥାଏ ।












Click it and Unblock the Notifications