ବିରଳ ରେକର୍ଡର ଅଧିକାରୀ ହେଲେ ସ୍ମୃତି ମାନ୍ଧାନା
ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ସ୍ମୃତି ମାନ୍ଧାନା। ଅନ୍ତର୍ଜାତୀୟ କ୍ରିକେଟର ୩ଟି ଯାକ ଫର୍ମାଟରେ ସେ ଶତକ ହାସଲ କରିବାରେ ସଫଳତା ଅର୍ଜନ କରିଛନ୍ତି। ସ୍ମୃତି ପ୍ରଥମ ଭାରତୀୟ ମହିଳା କ୍ରିକେଟର, ଯିଏକି ସମସ୍ତ ଫର୍ମାଟ ଯଥା ଦିନିକିଆ, ଟି-୨୦ ଏବଂ ଟେଷ୍ଟରେ ଶତକ ହାସଲ କରିଛନ୍ତି।
ପୂର୍ବରୁ ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ସ୍ମୃତି ଶତକ ହାସଲ କରିଥିଲେ। କିନ୍ତୁ ଟି-୨୦ ଫର୍ମାଟରେ ତାଙ୍କ ନାମରେ ଶତକ ନ ଥିଲା। ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଘରୋଇ ଟିମ୍ ସହିତ ଟି-୨୦ ମ୍ୟାଚ ଖେଳୁଛି। ଶନିବାର ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ଏକ ଟି-୨୦ ମ୍ୟାଚରେ ସେ ଶତକ ହାସଲ କରି ଏହି ଇତିହାସ ରଚିଛନ୍ତି। ସେ ୬୨ ବଲରୁ ୧୧୨ ରନ କରିଥିଲେ, ଯେଉଁଥିରେ ୧୫ଟି ଚଉକା ଏବଂ ୩ଟି ଛକା ସାମିଲ ଥିଲା।













Click it and Unblock the Notifications