ଟ୍ରେନରୁ ବାହାରିଲା ଧୂଆଁ: ଭୟରେ ଟ୍ରେନରୁ ଓହ୍ଲାଇ ପଡିଲେ ଯାତ୍ରୀ
ବ୍ରହ୍ମପୁର: ସ୍ଥାନୀୟ ରେଳ ଷ୍ଟେସନରେ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ଖବର ଆସିଛି । ଦ୍ରିବୁଗଡରୁ କନ୍ୟାକୁମାରୀ ଯାଉଥିବା ବିବେକ ଏକ୍ସପ୍ରେସରେ ନିଆଁ ଲାଗିଛି । ଟ୍ରେନରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଛାନିଆ । ଭୟରେ ଟ୍ରେନରୁ ଯାତ୍ରୀମାନେ ଓହ୍ଲାଇ ପଡିଛନ୍ତି ।

ତେବେ ବ୍ରହ୍ମପୁର ରେଳ ଷ୍ଟେସନରେ ଥିବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କର୍ମଚାରୀଙ୍କ କହିବାନୁସାରେ, ଟ୍ରେନରେ ନିଆଁ ଲାଗିନି । ଚକାରେ ଅଖା ଲାଗି ଯିବାରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୩୦ ମିନିଟ୍ ଧରି ଟ୍ରେନ୍ ଅଟକିବା ପରେ ସମସ୍ୟାର ସମାଧାନ କରାଯାଇଥିଲା ।












Click it and Unblock the Notifications