For Quick Alerts
Turn On Notification  
For Daily Alerts
Oneindia App Download

ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ୍ ମନା

ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନେଇପାରିବେ ନାହିଁ ପୋଲିସ କର୍ମଚାରୀ । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି ।

|

ପୁରୀ: ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନେଇପାରିବେ ନାହିଁ ପୋଲିସ କର୍ମଚାରୀ । ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି । ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତ କାଳିନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି । ପୁରୀ ଏସ୍ପିଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ବାରମ୍ୱାର ଶ୍ରୀଜୀଉଙ୍କ ଫଟୋ ଭାଇରାଲ ପରେ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ ।

Puri Shree Mandir

ସୂଚନା ଥାଉକି, ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ମୋବାଇଲ ବ୍ୟବହାର ଓ ଭିତରେ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ବିଭିନ୍ନ ଲୋକ ଛାଡ଼ିବାକୁ ନେଇ ଅଲୋଚନା ହୋଇଛି । ଶ୍ରୀମନ୍ଦିରରେ ମୋବାଇଲ ବ୍ୟବହାର ଦ୍ୱାରା ଏଠାରେ ସୁରକ୍ଷା ବିପଦରେ ପଡ଼ିବା ଆଶଙ୍କା ପ୍ରକାଶ କରାଯାଇଛି। ମୋବାଇଲ ବ୍ୟବହାରକାର ଉପରେ କଟକଣା ଜାରି କରାଯିବା ସହ କେହି ଶ୍ରୀମନ୍ଦିରରେ ମୋବାଇଲ ବ୍ୟବହାର କରୁଥିବା ଧରାପଡ଼ିଲେ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ହେଉ କିମ୍ବା ପୁଲିସ ପ୍ରଶାସନ ଲାଗୁ କରିବାରେ ଫେଲ ମାରିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Smart Phones are Denied to Police officers in Puri Shree Mandir
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X