କୋରାପୁଟ ଜିଲ୍ଲାରରେ ଆରମ୍ଭ ହେଲା ସ୍ମାର୍ଟମିଟର୍ ସେବା
ODISHA: Smart Electric Meter In Odisha. କୋରାପୁଟ ଜିଲ୍ଲାରରେ ଆରମ୍ଭ ହେଲା ସ୍ମାର୍ଟମିଟର୍ ସେବା
କୋରାପୁଟ: ଏଥର ରିଚାର୍ଜ ନ କଲେ ଆପଣଙ୍କ ଘର ହେବ ଅନ୍ଧାର । ରିଚାର୍ଚ କଲେ ପାଇପାରିବେ ବଦ୍ୟୁତ୍ ସେବା । ଆଜିକାଲିର ଡିଜିଟାଲ ଯୁଗରେ ସବୁ କିଛି ଆପଣଙ୍କ ହାତରେ ରହୁଛି । କ୍ଷଣିକରେ ସବୁ ସୁବିଧା ଆପଣ ପାଇପାରୁଛନ୍ତି । ଏଣିକି ବିଦ୍ୟୁତ୍ ବିଲ୍ ଜମା କରିବା ପାଇଁ ଆଉ ଆପଣଙ୍କୁ ବିଦ୍ୟୁତ୍ ଅଫିସ୍ ଯିବା ପାଇଁ ପଡିବ ନାହିଁ କାରଣ ଏଥର ଆସିଯାଇଛି ସ୍ମାର୍ଟ ମିଟର । ଯାହା ଆପଣ ନିଜ ଫୋନ୍ ରିଚାର୍ଜ କରିବା ପରି ରିଜାର୍ଜ କରିପାରିବେ । ଏହି ସ୍ମାର୍ଟମିଟର ଠିକ ଆପଣଙ୍କ ମୋବାଇଲର ସିମକାର୍ଡ ଭଳି । ରିଜାର୍ଜ କରି ଆପଣ ପାଇପାରିବେ ବଦ୍ୟୁତ୍ ସେବା । ତେବେ ଏଥିରେ ଉଭୟ ପ୍ରିପେଡ ଏବଂ ପୋଷ୍ଟପେଡ୍ ସେବା ମଧ୍ୟ ଉପଲବ୍ଧ ଅଛି । ଅର୍ଥାତ୍ ଆପଣ ନିଜ ସୁବିଧା ଅନୁସାରେ ଏହି ଦୁଇଟା ପ୍ଲାନ୍ ମଧ୍ୟ ଗୋଟେ ପ୍ଲାନ୍ ନେଇ ପାରିବେ । ଆଗେ ରିଚାର୍ଜ କରି ବିଦ୍ୟୁତ୍ ଜାଳିପାରିବ ଅବା ଯେତିକି ବିଦ୍ୟୁତ ଜାଳିଥିବେ ସେ ଅନୁସାରେ ମାସରେ ଥରେ ରିଚାର୍ଜ କରି ପାରିବେ । ତେବେ ଟାଟା କମ୍ପାନୀ ପକ୍ଷରୁ କୋରାପୁଟ ଜିଲ୍ଲାର ଜୟପୁର କିଛି ଅଞ୍ଚଳର ଏହି ସେବା ଆରମ୍ଭ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ କିଛି କିଛି ଘରେ ଏହି ମିଟର ଲଗାଯାଇସାରିଛି । ଏହି ମିଟରରେ ଏକ ଚିପ୍ ଲାଗିଛି । ଯାହା ଦ୍ୱାରା ଏହା ଜଣାପଡିବ ଯେ ଆପଣ କେତେ ପରିମାଣର ଏବଂ କେତେ ମୂଲ୍ୟର ବିଦ୍ୟୁତ ବ୍ୟବହାର କରିଛନ୍ତି ଓ ସେହି ଅନୁସାରେ ଆପଣ ରିଜାର୍ଜ କରିବେ । ପ୍ରଥମ ଥର ପାଇଁ ଉଭୟ ପୋଷ୍ଟପେଡ୍ ଏବଂ ପ୍ରିପେଡ୍ ସେବା ପ୍ରଦାନ କରାଯାଉଛି । ତେବେ ଗ୍ରାହକ ମଧ୍ୟ ଏହି ସୁବିଧା ପାଇଁ ବେଶ୍ ଖୁସି ଅଛନ୍ତି । ପୂର୍ବରୁ ବିଦ୍ୟୁତ ବିଲ କ୍ଷେତ୍ରରେ ଅନେକ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଥିଲା ଏହି ଡିଜିଟାଲ୍ ମିଟର ଦ୍ୱାରା ସହଜରେ ବିଦ୍ୟୁତ୍ ମିଳିପାରିବ ବୋଲି ଆଶା କରାଯାଉଛି । ସେହିପରି ବିଦ୍ୟୁତ ଚୋରି ରୋକିବା ପାରିବ ଏହି ସ୍ମାର୍ଟ ମିଟର ।












Click it and Unblock the Notifications