ସ୍ମାର୍ଟସିଟି ଭୁବନେଶ୍ବରକୁ ମିଳିଲା 'ମୋଷ୍ଟ୍ ଆଡ୍ମାଇର୍ଡ୍ ସ୍ମାର୍ଟ ସିଟି' ପୁରସ୍କାର
ଦେଶର ପ୍ରମୁଖ ସମ୍ବାଦପତ୍ର ଇକୋନୋମିକ୍ ଟାଇମ୍ସ ଭୁବନେଶ୍ୱର ସ୍ମାର୍ଟ ସିଟିକୁ ସବୁଠାରୁ ପ୍ରଶଂସିତ ସହର ଭାବେ ପୁରସ୍କୃତ କରିଛି ।
ଭୁବନେଶ୍ୱର: ପୁଣିଥରେ ନମ୍ବର-ୱାନ ସାଜିଲା ସ୍ମାର୍ଟସିଟି ଭୁବନେଶ୍ୱର । ଦେଶରେ ପୁଣିଥରେ ଏକ ନମ୍ବର ସ୍ମାର୍ଟ ସହର ମାନ୍ୟତା ପାଇଲା ରାଜଧାନୀ ଭୁବନେଶ୍ୱର । ଦେଶର ପ୍ରମୁଖ ସମ୍ବାଦପତ୍ର ଇକୋନମିକ୍ ଟାଇମ୍ସ ଭୁବନେଶ୍ୱର ସ୍ମାର୍ଟ ସିଟିକୁ ସବୁଠାରୁ ପ୍ରଶଂସିତ ସହର ଭାବେ ପୁରସ୍କୃତ କରିଛି ।

ଆଜି ନୂଆଦିଲ୍ଲୀଠାରେ ଇକୋନୋମିକ୍ ଟାଇମ୍ସ ଦ୍ୱାରା ଆୟୋଜିତ 'ଇନଫ୍ରା-ଫୋକସ୍ ସମ୍ମିଳନୀ ଏବଂ ପୁରସ୍କାର' ସମାରୋହରେ ସ୍ମାର୍ଟସିଟି ଭୁବନେଶ୍ୱରକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସ୍ମାର୍ଟସିଟି ଭୁବନେଶ୍ୱରର ଜେନେରାଲ ମ୍ୟାନେଜର କମଲଜିତ୍ ଦାସ ଏହି ପୁରଷ୍କାରକୁ ଗ୍ରହଣ କରିଛନ୍ତି । ଏହା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଦ ଯୋଶୀ ପ୍ରହ୍ଲାଦ ଯୋଶୀ ।
ଭୁବନେଶ୍ବର ସ୍ମାର୍ଟସିଟିର ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ ଉନ୍ନତିକରଣ ଜାରି ରହିଛି । ଏଥି ଲାଗି ବହୁ ପ୍ରକଳ୍ପ ହାତକୁ ନିଆଯାଉଛି । ବିଭିନ୍ନ ବସ୍ତିବାସିନ୍ଦା ତଥା ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ମତକୁ ନେଇ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି । ସେହିଭଳି ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଇ ବିଏମସି ପକ୍ଷରୁ ମଧ୍ୟ ଜାରି ରହିଛି ବହୁବିଧ ସ୍ୱଚ୍ଛ ପରିମଳ କାର୍ଯ୍ୟକ୍ରମ ।












Click it and Unblock the Notifications