• search
For Quick Alerts
Turn On Notification  
For Daily Alerts

ତୃତୀୟ ପର୍ଯ୍ୟାୟ ଟାକାକଣ ପାଇଁ ଆଜିଠୁ ଆରମ୍ଭ ହେବ ସ୍ଲଟ୍ ବୁକିଂ, ସୋମବାର ଠାରୁ ଆରମ୍ଭ ହେବ ଟୀକାକରଣ

|

ଭୁବନେଶ୍ୱର : ସୋମବାର ଠାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟୀକରାକରଣ । ଏହି ପର୍ଯ୍ୟାୟରେ 18 ରୁ 44 ବର୍ଷ ବୟସର ଲୋକମାନଙ୍କୁ ଟୀକାକରଣ କରାଯି । ଏ ନେଇ ଆଜି ସନ୍ଧ୍ୟାରୁ ସ୍ଲଟ୍ ବୁକ୍ଂ ଆରମ୍ଭ ହେବ । ବିନା ସ୍ଲଟ୍ ବୁକିଂରେ ମିଳିବ ନାହିଁ ଟିକା । ଆଜି ସନ୍ଧ୍ୟାରୁ CO-WIN ଆପ୍ ଜରିଆରେ ସ୍ଲଟ୍ ବୁକିଂ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର୍ ପ୍ରେମଚନ୍ଦ ଚୌଧୁରୀ ।

BMC-Commissioner

ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଆଜି ଭୁବନେଶ୍ୱରରେ ଡ୍ରାଏ ରନ୍ ହୋଇଛି । ଭୁବନେଶ୍ୱରରେ ଟିକାର ଅଭାବ ନାହିଁ । ବିନା ସ୍ଲଟ୍ ବୁକିଂରେ ଟୀକାକଣ କେନ୍ଦ୍ରରେ ଯାଇ ଭିଡ଼ ନକରିବାକୁ କହିଛନ୍ତି ଶ୍ରୀ ଚୌଧୁରୀ । ଲକ୍ଷଣ ଦେଖାଦେଉଥଇବା ବ୍ୟକ୍ତି ଅବହେଳା ନକରି ଶୀଘ୍ର ଟେଷ୍ଟ କରିବା ସହ ସଚେତନ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ବିଏମସି କମିଶନର ।

ବର୍ତ୍ତମାନ ରାଜ୍ୟରେ 7588 ଜଣ ସକ୍ରିୟ କରୋନା ରୋଗୀ ଭୁବନେଶ୍ବରରେ ରହିଛନ୍ତି । ଦୈନିକ 1 ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଏବେ ଭୁବନେଶ୍ବରରେ ଥିବା ବିଭିନ୍ନ ହସ୍ପିଟାଲରେ 3553 ଟି ବେଡ୍ ଉପଲବ୍ଧ ରହିଛି । ଏଥିରୁ 531 ଆଇସିୟୁ, 836 HUD, 2186 ସାଧାରଣ ବେଡ୍ ରହିଛି । 95 ପ୍ରତିଶତ ସାଧାରଣ ବେଡ୍‌ ରହିଛି ଅକ୍ସିଜେନ୍ ସଂଯୋଗ । 90 ପ୍ରତିଶତ ଆଇସିୟୁ, 50 % ଏଚ୍‌ୟୁଡି ଏବଂ ସାଧାରଣ ବେଡ୍‌ରେ ରୋଗୀ ଚିକିତ୍ସିତ ହେଉଛନ୍ତି । 85 ପ୍ରତିଶତ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଆରଆର୍ଟିମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପରାମର୍ଶ ଦେଉଛନ୍ତି । ମଧ୍ୟମ ଲକ୍ଷଣଧାରୀଙ୍କୁ ଫାବିଫିରାଭିର୍ ଔଷଧ ଦିଆଯାଉଛି । ହେଲ୍ପଲାଇନ୍ ନମ୍ବର 1929 ଏବଂ 104 ମାଧ୍ୟମରେ ପରାମର୍ଶ ନେଇପାରିବେ । 11 ଟି ଘରୋଇ ଏବଂ 24 ଟି ସିଏଚ୍ସି ଓ ପିଏଚ୍ସିରେ ହେଉଛି ନମୁନା ପରୀକ୍ଷଣ ହେଉଛି । ପରୀକ୍ଷା ଶୀଘ୍ର କଲେ ରୋଗ ଶୀଘ୍ର ଭଲ ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି ବିଏମସି କମିଶନର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Slot Booking For Third Phase Vaccine In Bhubaneswar.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X