ସେପ୍ଟମ୍ବର ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା

ସେପ୍ଟମ୍ବର ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ,ରାଜ୍ୟରେ ଜୁନ୍ ମାସରୁ ଆଜି ପର୍ଯ୍ୟନ୍ତ ୯୯୩ ମି.ମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱଭାବିକ ବର୍ଷା ୯୪୧.୨ ମିମି ତୁଳନାରେ ୬ପ୍ରତିଶତ ଅଧିକ

ଭୁବନେଶ୍ୱର: ଚଳିତ ବର୍ଷ ସେପ୍ଟମ୍ବରରେ ରାଜ୍ୟରେ ଭଲ ବର୍ଷାର ସମ୍ଭାବନା । ରାଜ୍ୟରେ ଜୁନ୍ ମାସରୁ ଆଜି ପର୍ଯ୍ୟନ୍ତ ୯୯୩ ମି.ମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱଭାବିକ ବର୍ଷା ୯୪୧.୨ ମିମି ତୁଳନାରେ ୬ପ୍ରତିଶତ ଅଧିକ । ରାଜ୍ୟର କିଛିଟା ଅଞ୍ଚଳରେ ଯଥା ଦେବଦଡ଼,ବୌଦ୍ଧ,କନ୍ଧମାଳ ,ରାୟଗଡ଼ା, ଓ କୋରାପୁଟ ଜିଲ୍ଲାରେ ସ୍ୱାଭାବିକଠୁ ବର୍ଷା ହୋଇଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ଜୁନରେ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଜୁଲାଇ ଓ ଅଗଷ୍ଟରେ ରାଜ୍ୟରେ ବର୍ଷାର ପରିମାଣ ବଢିଥିଲା ଓ ଚାଷ ପାଇଁ ଉପକୂଳ ପରିବେଶ ସୃଷ୍ଟି ହୋଇଥିଲା ।

Weather.odisha

ଖରିଫ୍ ଋତୁରେ ମୌସୁମୀ ବର୍ଷାର ପରିମାଣ ଠିକ୍ ଥିବାରୁ ରାଜ୍ୟରେ ସୁରୁଖୁରରେ ଚାଲିଛି ଚାଷ କାର୍ଯ୍ୟ । ୪ ଋତୁରେ ବର୍ଷାର ଚାଷ ପାଇଁ ଆବଶ୍ୟକ ବର୍ଷା ହେବା କାରଣରୁ ଅଧିକାଂଶ ଚାଷ ଜମିରେ ପାଣି ମାଡି଼ ଥାଏ । ଯାହା ଫଳେରେ ଅଣଜଳସେଚିତ ଜମିରେ ମଧ୍ୟ ଭଲା ଚାଷ ହୋଇପାରିଥାଏ । ତେବେ ରାଜ୍ୟରେ ୬୧ ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ କରାଯାଇଥାଏ । ଯେଉଁଥିରେ ୩୭-୩୮ ଲକ୍ଷ ହେକ୍ଟର ଜମିରେ କେବଳ ଧାନ ଚାଷ କରାଯାଇଥାଏ । ବଳକା କିଛି ଜମିରେ ମୁଗ ,ବିରି ,ଆଖୁ ଓ ପନିପାରିବା ଚାଷ ହୋଇଥାଏ । ତେବେ ବର୍ଷକୁ ପ୍ରାୟ ୧୧୮୫ ଲକ୍ଷ ଟନ୍ ଚାଉଳ ଅମଳ ହୋଇଥାଏ ଯେଉଁଥିରୁ ୬୩ ଲକ୍ଷ ଟମ୍ ଚାଉଳ ରାଜ୍ୟରେ ସଂରକ୍ଷୀତ ରଖାଯାଇଥାଏ ବଳକା ଚାଳଉ ଅନ୍ୟ ରାଜ୍ୟକୁ ପଠାଯାଇଥାଏ । ତେବେ ଚଳିତ ବର୍ଷ ରଜ୍ୟରେ ଚାଷିଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ଫଳରେ ଅଧିକ ଚାଷ ହେବାର ଆଶା କରାଯାଉଛି । ଓଡ଼ିଶାରେ ୬୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶିଳ ।

ତେବେ ଚଳିତ ବର୍ଷ ସଠିକ ସମୟରେ ମୌସୁମୀ ରାଜ୍ୟରେ ପ୍ରବେଶ କରିଥିବା ବେଳେ ସେପ୍ଟମ୍ବର ମାସରେ ଭଳ ବର୍ଷା ସମ୍ଭାବନା ରହିଛି । ଯାହା ଚାଷ ପାଇଁ ସହାୟକ ହୋଇପାରିବ । ଭଲ ବର୍ଷ ପାଇଁ ଭଲ ଧାନ ଅମଳ ମଧ୍ୟ ହୋଇପାରିବ ।

ସେପ୍ଟମ୍ବର ମାସରେ ଭଳ ବର୍ଷାର ସମ୍ଭାବନା ରହିଛି ଯାହା ଦ୍ୱାରା ଚାଷକାର୍ଯ୍ୟ ପାଇଁ ଅନୁକୂଳ ସ୍ଥିତି ସୃଷ୍ଟି ହୋଇପାରିବ । ବର୍ତ୍ତମାନ ଧାନର ଗର୍ଭଧାରଣ ସମୟ । ଯେଉଁଥି ପାଇଁ ୫ରୁ ୧୦ ସେମି ଜଳସ୍ତରର ଆବଶ୍ୟକତା ରହିଥାଏ । ଆଗକୁ ମଧ୍ୟ ଭଲ ବର୍ଷା ରହିଛି ଯାହା ଭଲ ଚାଷ ପାଇଁ ସହାୟତ ହେବ ବୋଲି ସୂଚନା ଦେଇଛନ୍ତି କୃଷ୍ଚି ପାଣିପାଗବିଜ୍ଞାନୀ ଦେବାଶିଷ ଜେନା । ବର୍ଷା ଧାନଚାଷରେ ସହାୟକ ହେବା ସହ ରାଜ୍ୟର ତାପମାତ୍ରା ମଧ୍ୟ ସ୍ୱାଭାବିକ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+