Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ସାମାନ୍ୟ କମିଲା ଦୈନିକ ସଂକ୍ରମଣ,୨୪ ଘଣ୍ଟା ମଧ୍ୟରେ ୮୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Slight decrease in trend on identification of positive cases , lowered to 872 in last 24 hrsରାଜ୍ୟରେ ସାମାନ୍ୟ କମିଲା ଦୈନିକ ସଂକ୍ରମଣ,୨୪ ଘଣ୍ଟା ମଧ୍ୟରେ ୮୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ସାମାନ୍ୟ କମିଲା ଦୈନିକ ସଂକ୍ରମଣ ।୨୪ ଘଣ୍ଟା ମଧ୍ୟରେ ୮୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୫୧୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୬୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରେ ୧୨୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ସୂଚନା ରହିଛି । ଅନ୍ୟପଟେ ଖୋର୍ଦ୍ଧା, କଟକ ପରେ ଏବେ ସୁନ୍ଦରଗଡ ବଢାଉଛି ଚିନ୍ତା ।ଆଜି ମଧ୍ୟ ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା ,ଯେଉଁଠି ସର୍ବାଧିକ ୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ।ସେହିପରି ସୁନ୍ଦରଗଡ଼ରୁ ୧୪୪ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ୮୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ଟି ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଛି ।

ODISHA

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ବର ୮, ବରଗଡ଼ରୁ ୯ , ଭଦ୍ରକରୁ ୬ , ବଲାଙ୍ଗୀରରୁ ୭ , ବୌଦ୍ଧରୁ ୧୧ , କଟକରୁ ୯୬, ଦେବଗଡ଼ରୁ ୨ , ଢେଙ୍କାନାଳରୁ ୧,ଗଜପତିରୁ ୩ , ଗଞ୍ଜାମରୁ ୮ , ଜଗତସିଂହପୁରରୁ ୧୬, ଯାଜପୁରରୁ ୧୨ , ଝାରସୁଗୁଡ଼ାରୁ ୧୨ , କଳାହାଣ୍ଡି ୫ , କନ୍ଧମାଳରୁ ୫ , କେନ୍ଦ୍ରାପଡ଼ା ୮ ଜଣ, କେନ୍ଦୁଝରରୁ ୧,କୋରାପୁଟରୁ ୧୨ , ମୟୂରଭଞ୍ଜରୁ ୫୯, ନୟାଗଡ଼ ୧୯ , ନୂଆପଡ଼ାରୁ ୭ , ପୁରୀରୁ ୧୯ , ରାୟଗଡ଼ାରୁ ୬ ସମ୍ବଲପୁରରୁ ୨୩ , ସୋନପୁରରୁ ୨୬ , ସୁନ୍ଦରଗଡ଼ରୁ ୧୪୪ ଜଣ ପଜିଟିଭ୍ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ୧୨, ୯୯, ୧୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨,୮୩, ୧୬୯ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ଏବେ ବି ରାଜ୍ୟରେ ୪୮୨୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+