ଆକାଶ ଛୁଆଁ ପିଆଜ ଦର୍, ମନ୍ତ୍ରୀ କହିଲେ ନାଫେଡ୍ ଜରିଆରେ ବିକ୍ରିକରିବକୁ କୁହାଯାଇଛି
ଗାଁରୁ ସହର ସବୁଠି ପିଆଜ ଦର ୪୦-୫୦ ଟଙ୍କାରୁ ଆସି ୭୦ ଟଙ୍କାରେ ପହଞ୍ଚିଲାଣି। ପଞ୍ଚୁକରେ ପିଆଜ ରସୁଣର ଚାହିଦା ସେତେ ଅଧିକ ନଥିବା ସତ୍ତ୍ୱେ ଏଭଳି ଅହେତୁକ ଦରବୃଦ୍ଧି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏଭଳି ସମୟରେ ପିଆଜ ଦରରେ ଅହେତୁକ ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, 'ନାସିକରେ ମଧ୍ୟ ପିଆଜ ଦର ଅଧିକ ରହିଛି। ସେଠାରେ ୪୫ ଟଙ୍କା କେଜି ବିକ୍ରି ହେଉଛି। ଆମର ଯେହେତୁ ଉତ୍ପାଦନ ନାହିଁ, ସେଠୁ ଆସିଲେ ଏଠି ବିକ୍ରି ହେବ। ନାଫେଡ ଜରିଆରେ ପିଆଜ କେଜି ପିଛା ୩୦ ଟଙ୍କା ବିକ୍ରି କରିବାକୁ କୁହାଯାଇଛି।'












Click it and Unblock the Notifications