ବଳଙ୍ଗା ପୀଡ଼ିତାଙ୍କ ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ; ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ
ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ବଳଙ୍ଗା ପୀଡ଼ିତା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା କରୁଛନ୍ତି । ଗତକାଲି ତାଙ୍କର ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହୋଇଛି । ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଛି । ଏବେ ମଧ୍ୟ ତାଙ୍କୁ ଅକ୍ସିଜେନ ସହାୟତାରେ ରଖାଯାଇଛି । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ।
ଉଭୟ ବିଜେଡି ଓ ବିଜେପି ସାଂସଦ ପୀଡିତାଙ୍କ ପିତାମାତାଙ୍କୁ ଦେଖା କରି ଝିଅଟିର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଡାକ୍ତରୀଦଳଙ୍କ ଠାରୁ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପୀଡିତାଙ୍କ ସ୍ବାସ୍ଥ୍ୟ ଭଲ ଥିବା ନେଇ ନେଇ ଜଗତସିଂହପୁର ସାଂସଦ ସୂଚନା ଦେଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଶରୀରର ୭୫ ଭାଗ ଜଳିବାଯାଇଥିବା ବେଳେ ସ୍ବତନ୍ତ୍ର ଡାକ୍ତରୀ ଦଳ ନାବାଳିକାଙ୍କ ଚିକିତ୍ସା କରୁଛନ୍ତି ।

ହେଲେ ଘଟଣାରେ ୪ ଦିନ ପରେ ବି ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ । ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଟିମ୍ ୨୦ ଜଣଙ୍କୁ ଜେରା କରିସାରିଲାଣି । ଗତକାଲି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍ ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ଚେରହଳ ଗାଁର ଦୁଃଖୀଶ୍ୟମ ସେନାପତିଙ୍କ ଘରକୁ ଯାଇ ଘଟଣା ଦିନ ସମ୍ପର୍କରେ ପଚାରି ବୁଝିଥିଲେ ।
ସେପଟେ ରୁପା ମୁଦି ଖୋଲିବ ବଳଙ୍ଗା ସସପେନ୍ସ। କ୍ରାଇମ ସ୍ପଟରୁ ମିଳିଥିବା ରୁପା ମୁଦି କାହାର ? ବଳଙ୍ଗା ବଜାରରେ ଥିବା ବିଭିନ୍ନ ଅଳଙ୍କାର ଦୋକାନରେ ପଚାରୁଛି ପୋଲିସ । କେଉଁ ଦୋକାନରୁ ଆସିଥିଲା ରୁପା ମୁଦି ? ଦୋକାନ ଜଣା ପଡ଼ିଲେ ଅପରାଧୀ ପାଖରେ ପହଞ୍ଚି ପାରିବ ତଦନ୍ତକାରୀ ଟିମ୍ । ଘଟଣା ସ୍ଥଳରୁ ସାଇଣ୍ଟିଫିକ୍ ଟିମ ଜବତ କରିଥିବା କିରୋସିନ ବୋତଲ, ମ୍ୟାଚିସ୍ ଓ ଜୋତା ସହ ଏକ ରୁପା ମୁଦି ଜବତ ହୋଇଛି । ଘଟଣାକୁ ଚାରି ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି। କ୍ରାଇମବ୍ରାଞ୍ଚର ୫ ଜଣିଆ ସ୍ବତନ୍ତ୍ର ଟିମ୍ ତନାଘନା ଜାରି ରହିଛି ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications