ଭୁବନେଶ୍ୱରରେ ଉଦଘାଟିତ ହେଲା ସ୍କିଲ ମ୍ୟୁଜିୟମ

ରାଜଧାନୀରେ ଉଦଘାଟିତ ହେଲା ସ୍କିଲ୍ ମ୍ୟୁଜିୟମ୍ । ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ୱାଲ୍ଡ ୟୁଥ୍ ସ୍କିଲ୍ ଡେ ୨୦୨୨ ଅବସରରେ ଏହା ଉଦଘାଟିତ ହୋଇଯାଇଛି ।

ଭୁବନେଶ୍ୱର: ରାଜଧାନୀରେ ଉଦଘାଟିତ ହେଲା ସ୍କିଲ୍ ମ୍ୟୁଜିୟମ୍ । ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ୱାଲ୍ଡ ୟୁଥ୍ ସ୍କିଲ୍ ଡେ ୨୦୨୨ ଅବସରରେ ଏହା ଉଦଘାଟିତ ହୋଇଯାଇଛି । ଏଥିରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ସ୍କିଲ୍ ଡେଭଲପମେଣ୍ଟର ଅଧ୍ୟକ୍ଷ ସୁବ୍ରତ ବାଗଚୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

Skill Museum

ଏଥିରେ ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଓ ଭୁବନେଶ୍ବର ଆଇଟିଆଇର କର୍ମକର୍ତ୍ତା ସମେତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏହି ମ୍ୟୁଜିୟମରେ ପୁରୁଣା ରେଡ଼ିଓ, ଟିଭି, କ୍ୟାମେରା, ଟେଲିଫୋନ, ମୋବାଇଲ, ସିଡି, କ୍ୟାସେଟ୍, ଡିଭିଡି, ପେଟ୍ରୋମାକ୍ସ ଲାଇଟ୍ ଓ ପୁରୁଣା ଛପା ମେସିନ, ପୁରୁଣା ପୋଷାକରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରଦର୍ଶିତ କରାଯାଇଛି ।

ଏହି ଅବସରରେ ମହାମହିମ ରାଜ୍ୟପାଳ କହିଛନ୍ତି, ପୁନଃନିର୍ମାଣ ଓ ପୁନର୍ଗଠନ ନିମନ୍ତେ ଯୁବଗୋଷ୍ଠୀଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପଡ଼ିବ । ଦକ୍ଷତା, ଉପଯୁକ୍ତ କାର୍ଯ ଏବଂ ଉଦ୍ୟମିତା ପାଇଁ ଆବଶ୍ୟକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଚିହ୍ନଟ କରିବା ସହ ସାମ୍ପ୍ରତିକ ତଥା ଭବିଷ୍ଯତରେ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ ବୋଲି ପ୍ରଫେସର ଲାଲ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+