Get Updates
Get notified of breaking news, exclusive insights, and must-see stories!

ଅନୁଗୋଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’, କେନ୍ଦ୍ରୀୟ ବିଦ୍ୟାଳୟ -୨ ଓ ଜନ ଶିକ୍ଷଣ ସଂସ୍ଥାନ ଲୋକାର୍ପିତ

ଶିଳ୍ପ ସମୃଦ୍ଧ ଅଞ୍ଚଳ ଅନୁଗୋଳ ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ସ୍କିଲ୍ ଇଣ୍ଡିଆ ସେଣ୍ଟର(ଏସଆଇସି) ଜିଲ୍ଲାର ଯୁବଶକ୍ତିଙ୍କୁ ଶତପ୍ରତିଶତ ରୋଜଗାର ଦେଇ ଆତ୍ମନିର୍ଭର କରାଇବ ବୋଲି ସୋମବାର ଏହି ସେଣ୍ଟରର ଲୋକାର୍ପଣ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବପିଢିଙ୍କୁ କୁଶଳୀ କରିବା ଲକ୍ଷ୍ୟରେ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ଏବଂ ଏନଏସଡିସିର ମିଳିତ ଆନୁକୂଲ୍ୟରେ ଅତ୍ୟାଧୁନିକ ସ୍କିଲ୍ ଇଣ୍ଡିଆ ସେଣ୍ଟର ଜିଲ୍ଲାର ଆମଲାପଡା ଠାରେ ସ୍ଥାପିତ ହୋଇଛି । ଆଇଟିଆଇ, ଡିପ୍ଲୋମା, ସ୍ନାତକ ଡିଗ୍ରୀ ପାଇବା ପରେ ଜିଲ୍ଲାରେ ଯୁବଶକ୍ତିଙ୍କ ଦକ୍ଷତା ବଢାଇବା ଦିଗରେ ଏହି ସେଣ୍ଟର ସହାୟକ ହେବ । ସେମାନଙ୍କୁ ଆତ୍ମନିର୍ଭର କରିବା ତଥା ରୋଜଗାରକ୍ଷମ କରାଇବା ପାଇଁ ଏହି ସେଣ୍ଟରରେ ସ୍ୱଳ୍ପ ମୂଲ୍ୟରେ ଆଧୁନିକ ଦୁନିଆର କାର୍ଯ୍ୟ ପାଇଁ ତାଲିମ ଦିଆଯିବ । ପ୍ରତି ବର୍ଷ ୧୨୦୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏହି କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ନିଜର କାପାସିଟି ବଢାଇବେ । ସେମାନଙ୍କର ଦକ୍ଷତାକୁ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ଯୋଡାଯିବ । ଏହା ଦ୍ୱାରା ସେମାନେ ଭବିଷ୍ୟତରେ ରୋଜଗାର କ୍ଷମ ହେବେ ବା ଶତପ୍ରତିଶତ ରୋଜଗାର ପାଇବେ ।

DHARMENDRA PRADHAN

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତର ଯୁବଶକ୍ତିଙ୍କୁ ଡିଗ୍ରୀ ସହ କୁଶଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପନା ରହିଛି । ଦେଶରେ ଯୁବଶକ୍ତିଙ୍କୁ ସମ୍ମାନର ସହ ଆଗକୁ ବଢିବା ଉପରେ ମୋଦୀ ସରକାରଙ୍କ ପ୍ରାଥମିକତା ରହିଛି । ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ବର୍ତ୍ତମାନର ନୂଆପିଢିଙ୍କୁ ଡିଗ୍ରୀ ସହ ଦକ୍ଷ କରାଇଲେ ହିଁ ଆମ ଦେଶରେ ବଜାରଭିତ୍ତିକ ଅର୍ଥନୀତି ମଜଭୂତ୍ ହେବ ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିପାରିବା ।

ସମ୍ବଲପୁର, ଢେଙ୍କାନାଳ ଓ ଦେବଗଡ଼ ପରେ ଅନୁଗୋଳରେ କ୍ରମାଗତ ଭାବରେ ପ୍ରତିଷ୍ଠିତ ଏହି ସ୍କିଲ୍ ସେଣ୍ଟରରେ ମୋଟ ୫ଟି ଆଧୁନିକ ଲ୍ୟାବ ରହିଛି ଏବଂ ପ୍ରଶିକ୍ଷଣ ନିମନ୍ତେ ୩ଟି ଟ୍ରେନିଂ ହଲ ଅଛି । ସ୍ୱଳ୍ପ ମୂଲ୍ୟରେ ୩ ମାସରେ ୮ଟି ବିଷୟ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ନ୍ୟୁ ଏଜ୍ ସ୍କିଲ୍ସ, ଗ୍ରାଫିକ୍ସ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଫୁଡ୍ ଆଣ୍ଡ ବେଭରେଜ୍ ସର୍ଭିସେସ୍ ଭଳି ବିବିଧ କ୍ଷେତ୍ରରେ ଇଚ୍ଛୁକ ଯୁବକ ଯୁବତୀଙ୍କୁ ଏହି କେନ୍ଦ୍ରରେ ତାଲିମ ଦିଆଯିବ ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଅନୁଗୋଳର ରାଣିଗୋଡାରେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୂତନ ଭବନ ସହ ଶିମିଳିପଡା ଠାରେ ଜନ ଶିକ୍ଷଣ ସଂସ୍ଥାନ(ଜେଏସଏସ)ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ଅନୁଗୋଳରେ ଉଦଘାଟିତ ହୋଇଥିବା କେନ୍ଦ୍ରୀୟ ବିଦ୍ୟାଳୟ-୨ର ନୂତନ ଭବନ ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତାକୁ ପୂରଣ କରିବା ସହ ଶିକ୍ଷାର ନୂଆ ପରିଭାଷା ତିଆରି କରିବ । ସେହିପରି ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କର ଦକ୍ଷତା ବଢାଇବା ପାଇଁ ଜନ ଶିକ୍ଷଣ ସଂସ୍ଥାନ ସ୍ଥାପନା ହୋଇଛି । ଶିମିଳିପଡା ଠାରେ ନବକଳେବର ହୋଇଥିବା ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା ମହିଳା ମାନଙ୍କର ଦକ୍ଷତା ବୃଦ୍ଧି ପାଇବ । ସେମାନେ ତାଲିମ ପାଇଁ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଆରମ୍ଭ ହୋଇଥିବା ଲକ୍ଷପତି ଦିଦି ହେବାର ସ୍ଵପ୍ନ ପୂରଣ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+