ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ଅର୍ଥ କମିଶନ

ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିଶନ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି । କମିିଶନର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ବରେ କମିଶନର ଅନ୍ୟ ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ରିପୋର୍ଟ ପ୍ରଦାନ କରିଥିଲେ ଏବଂ କମିଶନଙ୍କ ବିଭିନ୍ନ ସୁପାରିଶ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ଡ. ପଣ୍ଡାଙ୍କ ସହିତ କମିଶନର ସଦସ୍ୟଗଣ ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପ୍ରଫେସର ଅମରେଶ ସାମନ୍ତରାୟ ଏବଂ ଡକ୍ଟର ବିଭୁ ପ୍ରସାଦ ନାୟକ, ସଦସ୍ୟ ସଚିବ ଡକ୍ଟର ସତ୍ୟପ୍ରିୟ ରଥ, କମିଶନର ପଦାଧିକାରୀ ସଦସ୍ୟ ଶ୍ରୀ ଅରିନ୍ଦମ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, କମିଶନ ଏହି ରିପୋର୍ଟକୁ ପୂର୍ବରୁ ଆଜି ଅପରାହ୍ଣରେ ରାଜଭବନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍୍ପାଟିଙ୍କୁ ଭେଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଗୃହ ଓ ନଗର ଉନ୍ନୟନ, ସାର୍ବଜନୀନ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ଵତ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ପଞ୍ଚାୟତିରାଜ ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ ପ୍ରମୁଖ ଉପସ୍ଥିତ ଥିଲେ ।

Chief Minister mohan majhi

ସୂଚନାଯୋଗ୍ୟ ଯେ, ମାନ୍ୟବର ରାଜ୍ୟପାଳ, ଭାରତୀୟ ସମ୍ବିଧାନର ଧାରା 243-I ଏବଂ ଧାରା 243-Y ଅନୁଯାୟୀ ଷଷ୍ଠ ରାଜ୍ୟ ଅର୍ଥ କମିଶନ ଗଠନ କରିଛନ୍ତି । ଏହି କମିଶନ ରାଜ୍ୟ ଏବଂ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରପାଳିକାଗୁଡିକ ମଧ୍ୟରେ ରାଜ୍ୟ ଦ୍ୱାରା ଆଦାୟ ହେଉଥିବା କର, ଶୁଳ୍କ, ଟୋଲ୍ ଏବଂ ଫିସ ବିତରଣ ଏବଂ ଏପରି ଆୟର ସେମାନଙ୍କର ଅଂଶର ଆବଣ୍ଟନକୁ ନିୟନ୍ତ୍ରଣ କରୁଥିବା ନୀତିଗୁଡ଼ିକୁ ସୁପାରିଶ କରିବେ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରପାଳିକାଗୁଡିକର ଆର୍ଥିକ ସ୍ଥିତିକୁ ଉନ୍ନତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସୁପାରିଶ କରିବେ । ଆଜି, ଷଷ୍ଠ ରାଜ୍ୟ ଅର୍ଥ କମିଶନ ସରକାରଙ୍କୁ ଏକ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି ଯାହାକି ଷୋଡ଼ଶ ଅର୍ଥ କମିଶନଙ୍କ ବିଚାର ନିମନ୍ତେ ପ୍ରେରଣ କରାଯିବ । ତଥାପି, କମିଶନ ସ୍ଥାନୀୟ ସଂସ୍ଥାଗୁଡ଼ିକର ସମସ୍ୟା ଏବଂ ଆହ୍ଵାନଗୁଡ଼ିକୁ ଆହୁରି ଗଭୀର ଭାବରେ ଅନୁଧ୍ୟାନ କରିବେ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+