ଆସନ୍ତାକାଲିଠୁ ମା' ବିମଳାଙ୍କ ପାଖରେ ଷୋଡ଼ଶଦିନାତ୍ମକ ପୂଜା

ଆସନ୍ତାକାଲିଠୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା' ବିମଳାଙ୍କ ପାଖରେ ଆରମ୍ଭ ହେବ ଷୋଡ଼ଶଦିନାତ୍ମକ ପୂଜା । ଆସନ୍ତାକାଲି ୬ ତାରିଖ ଶୁକ୍ରବାର ଦିନ ମୂଳାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମା' ବିମଳାଙ୍କ ପିଠରେ ସହସ୍ରକୁମ୍ଭାଭିଷେକ ଏବଂ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହେବ।

ମୂଳାଷ୍ଟମୀ ଠାରୁ ଆଶ୍ଵିନ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଷୋଳ ଦିନ ଠାକୁରାଣିଙ୍କ ବିଶେଷ ପୂଜା ହେବ ଶ୍ରୀମନ୍ଦିର ସ୍ୱତ୍ୱଲିପି ମୁତାବକ ଏହି ୧୬ ଦିନ ସ୍ତ୍ରୀ ଲୋକଙ୍କ ପାଇଁ ବିମଳା ମନ୍ଦିର ପ୍ରବେଶ ନିଷେଧ ଥାଏ । ଏହି ଅବସରରେ ଗଜପତିଙ୍କ ଶ୍ରନଅରରେ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯାଇ ରାଜଗୁରୁ ପୁରୋହିତଙ୍କୁ ପ୍ରଦାନ କରାଯିବ ଗଜପତିଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ଏବଂ ନଡ଼ିଆ ।

bimala

ଏହାପରେ ଏହି ଗୁଆ ଏବଂ ନଡ଼ିଆ ଦେଇ ରାଜଗୁରୁ ପୁରୋହିତ ଗଜପତି ମହାରାଜଙ୍କ ପ୍ରତିନିଧୀ ଭାବେ ବ୍ରାହ୍ମଣ ମାନଙ୍କୁ ବରଣ କରିବେ । ବିମଳାଙ୍କ ପୀଠ ପାଇଁ ଜଣେ ପୂଜକ, ଜଣେ ପରିଚ୍ଛା, ଚଣ୍ଡୀପାଠ, ସହସ୍ରନାମ ପାଠକ ଏବଂ ମନ୍ତ୍ରଯାପକଙ୍କୁ ବରଣ କରିବେ ରାଜଗୁରୁ ପୁରୋହିତ । ଏଥି ସହିତ ଶ୍ରୀମନ୍ଦିର ବେଢା ପରିସରରେ ମା' ଭୁବନେଶ୍ୱରୀ, ମା' ବାଟମଙ୍ଗଳା ଏବଂ ମା' ଉତ୍ତରାୟଣୀଙ୍କ ପୀଠ ନିମନ୍ତେ ମଧ୍ୟ ପୂଜକ ଏବଂ ଚଣ୍ଡୀପାଠକ ବରଣ କରାଯିବେ ।

ଶ୍ରୀକ୍ଷେତ୍ର ମଧ୍ୟରେ ଆଳମଚଣ୍ଡୀ, କପିଳେଶ୍ୱର ଶାସନର ପଞ୍ଚମୁଖୀ ଠାକୁରାଣୀ, ଦକ୍ଷିଣକାଳୀ ଭଳି ଅନେକ ଶକ୍ତିପୀଠ ରହିଛି ।ସେପଟେ ଶାରଦୀୟ ପୂଜାର୍ଚ୍ଚନା ଶୁଭାରମ୍ଭ ହେବାପରେ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀର ସ୍ୱତନ୍ତ୍ର ପୂଜା ହେବ । ଦଶହରାରେ ଆୟୁଧ ପୂଜା ଅନୁଷ୍ଠିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+