ରାଜସ୍ଥାନରେ ସରକାରୀ ସ୍କୁଲ କୋଠା ଭୁଶୁଡ଼ି ୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ: ଗଭୀର ଦୁଃଖ ପ୍ରକାଶ କଲେ ମୋଦି
ରାଜସ୍ଥାନରେ ସରକାରୀ ସ୍କୁଲ କୋଠା ଭୁଶୁଡ଼ି ୬ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ଝଲୱାର ଜିଲ୍ଲା ପିପଲୋଡ୍ ଗାଁରେ ଭୁଶୁଡ଼ିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସକାଳ ପ୍ରାର୍ଥନା ପାଇଁ ପିଲାମାନେ ଏକାଠି ହୋଇଥିବା ବେଳେ ଅଘଟଣ। ଆଉ ୨୯ ଛାତ୍ରଛାତ୍ରୀ ଗୁରୁତର; ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଝଲୱାର ସ୍କୁଲ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । "ଏଭଳି ଦୁଃଖର ଘଡ଼ସନ୍ଧି ମୁହୂର୍ତ୍ତରେ ପୀଡ଼ିତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସହ ମୋର ସମବେଦନା" ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ କରାଯାଇଛି :
"ରାଜସ୍ଥାନର ଝଲୱାରୀ ସ୍କୁଲରେ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ଘଟଣା । ଏଭଳି ଦୁଃଖର ଘଡ଼ସନ୍ଧି ମୁହୂର୍ତ୍ତରେ ପୀଡ଼ିତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସହ ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଭାବିତଙ୍କୁ କର୍ତ୍ତୃପକ୍ଷ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି:
ଅଚାନକ ଛାତ ଖସିବାରୁ କ୍ଲାସ୍ରେ ଥିବା ପିଲାମାନେ ଦବି ରହିଥିବା ଜଣାପଡ଼ିଛି । ସୂଚନା ମୁତାବକ କ୍ଲାସ ଭିତରେ ୬୦ ପିଲା ଥିଲେ ସେମାନଙ୍କ ମଧ୍ୟରୁ ୨୫ ଜଣ ଦବି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ଏବଂ ଜେସିବି ସାହାର୍ଯ୍ୟର ଭଗ୍ନାବଶେଷ ଗୁଡିକୁ ହଟାଯାଉଛି । ଆହତ ପିଲାଙ୍କୁ କମୁନିଟି ହେଲ୍ଥ ସେଣ୍ଟରେ ଭତ୍ତି କରାଯାଇଛି ।
ଆଜି(ଶୁକ୍ରବାର) ସକାଳ ୮.୩୦ ମିନିଟ୍ରେ ଏହି ଅଘଟଣ ଘଟିଥିଲା । ସ୍କୁଲ୍ ଛାତ ଭୁଶୁଡ଼ିବା ବେଳେ କ୍ଲାସ୍ରୁମ୍ରେ ୬୦ ଜଣ ଛାତ୍ରଛାତ୍ରୀ ରହିଥିଲେ । ଏହି ସ୍କୁଲ୍ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ସ୍କୁଲ୍ କ୍ଲାସ୍ରୁମ୍ର ଛାତ ବିପଜ୍ଜନକ ଅବସ୍ଥାରେ ରହିଥିବା ନେଇ ପୂର୍ବରୁ ଅନେକ ଥର ଅଭିଯୋଗ ହୋଇଥିଲା । ହେଲେ ଏଥିପ୍ରତି ସ୍କୁଲ୍ କର୍ତ୍ତୃପକ୍ଷ ଧ୍ୟାନ ଦେଇନଥିଲେ । ଯାହାଫଳରେ ଆଜି ଏତେ ବଡ଼ ଅଘଟଣ ଘଟିଯାଇଥିବା ଅଭିଯୋଗ ହୋଇଛି ।
ଏହି ଅଘଟଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ଶିକ୍ଷା ବିଭାଗ ସଚିବ । ସେ କହିଛନ୍ତି ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫସି ରହିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ୪ଟି ଜେସିବି ମେସିନ୍ ନିୟୋଜିତ ହୋଇଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications