ରାଜ୍ୟରେ ଆଉ ୬ଟି ସିଭିଲ ଜଜ କୋର୍ଟ ଉଦଘାତିତ
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜି ରାଜ୍ୟରେ କେତେକ ସିଭିଲ ଜଜ କୋର୍ଟ
(ଜେଏଫ୍ଏମ୍ସି)ର ଉଦ୍ଘାଟନ କରିଛନ୍ତି ।

ଏହି କୋର୍ଟଗୁଡ଼ିକ ଯଥାକ୍ରମେ କେଉଁଝର ଜିଲ୍ଲାର ତେଲକୋଇ, ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡ଼ା ଏବଂ ଯଶିପୁର ଓ ନବରଙ୍ଗପୁର ଜିଲ୍ଲାର ଝରିଗାଁଠାରେ କାର୍ଯ୍ୟ କରିବା ଏହି ଉଦ୍ଘାଟନୀ ଉତ୍ସବରେ ହାଇକୋର୍ଟ ବିଚାରପତି ମାନ୍ୟବର ଜଷ୍ଟିସ୍ ଏସ୍. ପୂଜାହାରୀ, ମାନ୍ୟବର ଜଷ୍ଟିସ୍ କେ. ଆର୍. ମହାପାତ୍ର, ମାନ୍ୟବର ଜଷ୍ଟିସ ବି.ପି. ରାଉତରାୟ, ମାନ୍ୟବର ଜଷ୍ଟିସ ଏସ୍.କେ. ପାଣିଗ୍ରାହୀ ଏବଂ ସଂପୃକ୍ତ ଜିଲ୍ଲାର ପ୍ରଶାସନିକ ବିଚାରପତିମାନେ ଉପସ୍ଥିତ ଥିଲୋ ହାଇକୋର୍ଟର ମାନ୍ୟବର ଜଷ୍ଟିସ୍ ବି.ଆର୍ ଷଡ଼ଙ୍ଗୀ, ମାନ୍ୟବର ଜଷ୍ଟିସ୍ ଏସ୍.କେ. ସାହୁ ଏବଂ ମାନ୍ୟବର ଜଷ୍ଟିସ୍ ସାବିତ୍ରୀ ରଥ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମତାମତ ରଖିଥିଲେ ।












Click it and Unblock the Notifications