ଗୁଗୁଲ୍ ସର୍ଚ୍ଚ କରି ଇଞ୍ଜେକସନ ଦେଲେ ଡାକ୍ତର; ଚାଲିଗଲା ୬ ମାସ ଶିଶୁର ଜୀବନ, ଏବେ ଡାକ୍ତର ଚମ୍ପଟ
ଗୁଗୁଲରୁ ସର୍ଚ୍ଚ କରି ଇଞ୍ଜେକ୍ସନ ଲେଖିଲେ ଡାକ୍ତର, ୬ ମାସ ଶିଶୁର ଚାଲି ଗଲା ଜୀବନ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମେଡିକାଲରେ ।
ନବରଙ୍ଗପୁର: ଗୁଗୁଲରୁ ସର୍ଚ୍ଚ କରି ଇଞ୍ଜେକ୍ସନ ଲେଖିଲେ ଡାକ୍ତର, ୬ ମାସ ଶିଶୁର ଚାଲି ଗଲା ଜୀବନ । ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମେଡିକାଲରେ । ଡାକ୍ତରଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ପରିବାର ଲୋକେ।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର ୟୁଟ୍ୟୁବ୍ରୁ ଭିଡିଓ ଦେଖି ଚିକିତ୍ସା କରୁଥିବା ବେଳେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ, ପାପଡାହାଣ୍ଡି ବ୍ଲକ ନୀଳାବତୀ ଗୁଡା ଗାଁର ପ୍ରଶାନ୍ତ ବିଶୋଇଙ୍କ ୬ମାସର ପୁଅ ଦେହ ଖରାପ ହେବାରୁ ଡାବୁଗାଁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଚିକିତ୍ସା ସମୟରେ ଡାକ୍ତର ସନଲପ ପଟ୍ଟନାୟକ ଶିଶୁକୁ ଚିକିତ୍ସା କରିବା ନେଇ ଫୋନରେ ଗୁଗଲ୍ ସର୍ଚ୍ଚ କରି ଇଂଜେକସନ ଲେଖିଥିଲେ ଓ ଡ୍ୟୁଟିରେ ଥିବା ନର୍ସଙ୍କୁ ଶିଶୁକୁ ଇଂଜେକସନ ଦେବା ପାଇଁ କହିଥିଲେ
ପରିବାର ଲୋକେ ଇଞ୍ଜେକେସନ ଆଣିଲା ପରେ ଇଞ୍ଜେକସନ ଦେବାର କିଛି ସମୟ ପରେ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିଲା। ପିଲାର ବାପା ପ୍ରଶାନ୍ତ ବିଶୋଇ କହିଛନ୍ତି ଯେ, ଆମ ପିଲାକୁ କାଶ ହେଉଥିଲା। ଆମେ ଡାକ୍ତରଖାନା ଆଣିଥିଲୁ। ହେଲେ ଡାକ୍ତର ଜଣକ ଗୁଗଲ୍ ଦେଖି ଇଞ୍ଜେକ୍ସନ୍ ଦେଇଥିଲେ। ଯାହା ଫଳରେ ସେଇ ଇଞ୍ଜେକସନ ନେଇ ଆମ ପିଲାର ମୃତ୍ୟୁ ଘଟିଛି।
ଏହି ଘଟଣାକୁ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା । ଅନ୍ୟପଟେ ଶିଶୁ ମୃତ୍ୟୁ ଖବର ପାଇ ଡାକ୍ତର ଜଣକ କେଉଁଆଡେ ଚମ୍ପଟ ମାରିଛନ୍ତି।












Click it and Unblock the Notifications