For Quick Alerts
Turn On Notification  
For Daily Alerts
Oneindia App Download

ଆଜି ଖୋଲିବ ହୀରାକୁଦର ୬ଟି ଗେଟ୍

ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି ।

|

ଭୁବନେଶ୍ୱର: ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ୧ ଲକ୍ଷ ୬୦ହଜାର କ୍ୟୁସେକ୍ ଜଳ ହୀରାକୁଦରେ ପ୍ରବେଶ କରୁଛି । ସର୍ବାଧିକ ୨ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ପ୍ରବେଶ କରିବା ନେଇ ଆକଳନ କରାଯାଇଛି ।

hirakud

ତଳ ମହାନଦୀର ଦୁଇଟି ସ୍ଥାନ ବଳମୂଳ ୨୦୦ ମିଲିଲଟର ଓ ଖାଇରମାଲରେ ୧୬୦ ମିଲିମିଟର ବର୍ଷା ହୋଇଛି । ତଳ ବ୍ରହ୍ମଣୀର ତଳ ମୁଣ୍ଡରେ ୧୬୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି। କେନ୍ଦୁଝର, ଆନନ୍ଦପୁର, ଆଖୁଆପଦାରେ ବର୍ଷା ଅଛି। । ବଂଶଧାରା, ଇନ୍ଦ୍ରାବତୀ ଓ କୋଲାବରେ ବର୍ଷା ନାହିଁ। ମହାନଦୀ ବିପଦ ସଂକେତରୁ ୩ ମିଟର ତଳେ ଅଛି । ବୈତରଣୀ ଆଖୁଆପଦା ଠାରେ ବିପଦ ସଂକେତ ଉପରେ ଅଛି। ହେଲେ ଉପରମୁଣ୍ଡରେ ବର୍ଷା ନଥିବାରୁ ଏହାର ଜଳସ୍ତର କମିବ ।

ଜଳଭଣ୍ଡାରର ୬ଟି ଗେଟ୍ ଖୋଲାଯିବା ଦ୍ବାରା ହୀରାକୁଦରୁ ୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବ । ଏ ଦୃଷ୍ଟିରୁ ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ବର୍ତ୍ତମାନ ସୁଦ୍ଧା ନାହିଁ । ଅନ୍ୟ ସ୍ଥାନରେ ବନ୍ୟା ଆଶଙ୍କା ନାହିଁ । ଅତ୍ୟଧିକ ବର୍ଷା ଯୋଗୁଁ କେବଳ ଫ୍ଲାସ୍ ଫ୍ଲଡ଼୍ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Six Gates of Hirakud will Open Today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X