Get Updates
Get notified of breaking news, exclusive insights, and must-see stories!

ଆଜି ଖୋଲିବ ହୀରାକୁଦର ୬ଟି ଗେଟ୍

ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି ।

ଭୁବନେଶ୍ୱର: ଖୋଲିବ ହୀରାକୁଦ ଜଳ ଭଣ୍ଡାରର ଗେଟ୍ । ଉପରମୁଣ୍ଡରେ ବର୍ଷା ବଢୁଥିବାରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ୬ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ୧ ଲକ୍ଷ ୬୦ହଜାର କ୍ୟୁସେକ୍ ଜଳ ହୀରାକୁଦରେ ପ୍ରବେଶ କରୁଛି । ସର୍ବାଧିକ ୨ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ଜଳ ପ୍ରବେଶ କରିବା ନେଇ ଆକଳନ କରାଯାଇଛି ।

hirakud

ତଳ ମହାନଦୀର ଦୁଇଟି ସ୍ଥାନ ବଳମୂଳ ୨୦୦ ମିଲିଲଟର ଓ ଖାଇରମାଲରେ ୧୬୦ ମିଲିମିଟର ବର୍ଷା ହୋଇଛି । ତଳ ବ୍ରହ୍ମଣୀର ତଳ ମୁଣ୍ଡରେ ୧୬୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି। କେନ୍ଦୁଝର, ଆନନ୍ଦପୁର, ଆଖୁଆପଦାରେ ବର୍ଷା ଅଛି। । ବଂଶଧାରା, ଇନ୍ଦ୍ରାବତୀ ଓ କୋଲାବରେ ବର୍ଷା ନାହିଁ। ମହାନଦୀ ବିପଦ ସଂକେତରୁ ୩ ମିଟର ତଳେ ଅଛି । ବୈତରଣୀ ଆଖୁଆପଦା ଠାରେ ବିପଦ ସଂକେତ ଉପରେ ଅଛି। ହେଲେ ଉପରମୁଣ୍ଡରେ ବର୍ଷା ନଥିବାରୁ ଏହାର ଜଳସ୍ତର କମିବ ।

ଜଳଭଣ୍ଡାରର ୬ଟି ଗେଟ୍ ଖୋଲାଯିବା ଦ୍ବାରା ହୀରାକୁଦରୁ ୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବ । ଏ ଦୃଷ୍ଟିରୁ ମହାନଦୀ ସିଷ୍ଟମରେ ବନ୍ୟା ଆଶଙ୍କା ବର୍ତ୍ତମାନ ସୁଦ୍ଧା ନାହିଁ । ଅନ୍ୟ ସ୍ଥାନରେ ବନ୍ୟା ଆଶଙ୍କା ନାହିଁ । ଅତ୍ୟଧିକ ବର୍ଷା ଯୋଗୁଁ କେବଳ ଫ୍ଲାସ୍ ଫ୍ଲଡ଼୍ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+