ଚକୋଲେଟ୍ ଭାବି ଖାଇଦେଲେ ମୂଷା ବିଷ, ୬ ଶିଶୁ ଗୁରୁତର
ଚକୋଲେଟ ଭାବି ମୂଷାମରା ଔଷଧ ଖାଇଦେଲେ ୬ ଶିଶୁ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଢେଙ୍କାନାଳ ଜିଲା ବେଲଟିକିରି ପଞ୍ଚାୟତ ଅନ୍ତର୍ଗତ ଜଙ୍ଖିରା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମଚାରୀ ମୂଷା ମାରିବା ଲାଗି ଔଷଧ ରଖିଥିଲେ।

ପିଲାମାନେ ତାହାକୁ ଚକୋଲେଟ ଭାବି ଖାଇଦେଇଥିଲେ। କିଛି ସମୟ ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନେ ମୂଷା ମରା ଔଷଧ ଖାଇଥିବା ଜଣାପଡ଼ିବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା।












Click it and Unblock the Notifications