ଶୀତଳ ଷଷ୍ଠୀ ଯାତ୍ରା: ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସଂପନ୍ନ
ଶୀତଳ ଷଷ୍ଠୀ ଯାତ୍ରା ଲାଗି ଉତ୍ସବମୁଖର ସମ୍ବଲପୁର ସହର। ଗତକାଲି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି। ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ବା ମହାମିଳନ ଉତ୍ସବ। ଦେବ ଓ ଶକ୍ତିଙ୍କ ମିଳନକୁ ଦିବ୍ୟମିଳନ କୁହାଯାଏ। ଏହି ମହାନ ପରମ୍ପରା ଓଡି଼ଶାରେ କାହିଁ କେଉଁ ଅନାଦି କାଳରୁ ପ୍ରଚଳିତ ହୋଇ ଆସୁଅଛି। ଏହି ପର୍ବ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଶୈବପିଠ ମାନଙ୍କରେ ଖୁବ ଧୂମଧାମରେ ପାଳିତ ହୋଇ ଆସୁଥୁବା ବେଳେ ଓଡ଼ିଶାର ଅନ୍ୟତ୍ର ମଧ୍ୟ ଶୀତଳ ଷଷ୍ଠୀ ଯାତ୍ରାକୁ ବହୁ ଯାକଯମକରେ ପାଳନ କରାଯାଉଛି।
ଗତକାଲି ବିଳମ୍ବିତ ରାତିରେ ଶିବାଳୟରୁ ଦେବ ଦେବ ମହାଦେବ ବରବେଶରେ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ବାହାରିଥିଲେ। ବାଜା ବାଣ ରୋଷଣୀ ସହ ଲୋକ ଗୀତ ଓ ନୃତ୍ୟର ତାଳେ ତାଳେ ଶୋଭାଯାତ୍ରାକନ୍ୟା ଘର ଅଭିମୁଖେ ଅଗ୍ରସର ହୋଇଥିଲା। ସେଠାରେ ପହଞ୍ଚିବା ପରେ ପାରମ୍ପରିକ ବୈଦିକରିତି ନିତିରେ ବରଙ୍କୁ ବାଟ ବରଣ କରି ବେଦୀକୁ ନିଆଯାଇଥିଲା। ପଣ୍ଡିତ ମାନଙ୍କର ମନ୍ତ୍ରୋଚାରଣ ମଧ୍ୟରେ, ବେଦୀ ଉପରେ ବୈଦିକରୀତିନୀତିରେ ଦେବ ବିବାହ ସମ୍ପନ୍ନ ହୋଇଛି।

ଦମ୍ପତିଙ୍କ ବିବାହ ପରେ ନବ ବିବାହିତ ଦେବ ଦମ୍ପତି ସୁସଜ୍ଜିତ ବିମାନରେ ନଗର ପରିକ୍ରମା କରିବେ । ସଂଧ୍ୟାରେ ଶିବ ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଶେଷ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା।ବର୍ଷାକାଳରେ ଧରିତ୍ରୀ ମା ଶୀତଳ ହୋଇଥାନ୍ତି। ବର୍ଷାର ଆଗମନରେ ଏହି ମହାନ ପର୍ବ ପାଳନ ହେଉଥିବାରୁ ଏହାକୁ ଶୀତଳ ଷଷ୍ଠୀ ନାମରେ ପାଳନ ହେଉଥିବା ଲୋକକଥାରୁ ଜଣାଯାଏ।












Click it and Unblock the Notifications