ଦେବ ଦମ୍ପତିଙ୍କ ବିବାହ: ସମ୍ବଲପୁରରେ ବିଭିନ୍ନ ପଡ଼ାର ପତରପେଣ୍ଡି ଉତ୍ସବ ଅନୁଷ୍ଠିତ

ଆଜି ଦେବ ଦେବ ମହାଦେବ ସାଜିବେ ବର, ମାତା ପାର୍ବତୀ ସାଜିବେ କନିଆ । ଗୁରୁବାର ସନ୍ଧ୍ୟାରେ ବିଭିନ୍ନ ପଡ଼ାର ଶୀତଳଷଷ୍ଠୀ ଯାତ୍ରା ପାଈଁ ପତ୍ରପେଣ୍ଡି ଅନୁଷ୍ଠିତ ହେଇଯାଇଛି । ସମ୍ବଲପୁର ନନ୍ଦପଡା ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତ୍ରପେଣ୍ଡି ଓ ନୃସିଂହ ନିୟୁତା ସରିଥିବା ବେଳେ ବଡ଼ବଜ଼ାର, ଠାକୁରପଡା, ବୁଢାରାଜା, ମୋଡ଼ିପଡ଼ା ଓ ଝାଡୁଆପଡା ର ପତ୍ରପେଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଛି । ଆଜି ଏହି ପଡା ମାନଙ୍କରେ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ ରହିଛି ।

ତେବେ ଗୁରୁବାର ଝାଡୁଆପଡା ଲୋକନାଥ ବାବଙ୍କ ପାଈଁ କନ୍ୟା ଅନ୍ଵେଷଣ ପାଈଁ ବରପିତା, ପୂଜକ , ସପ୍ତରୁଷି ଓ ସ୍ଥାନୀୟ ମୁରବି ସହ ଏକ ବିରାଟ ଶୋଭାଯାତ୍ରା ରେ କନ୍ୟା ଅନ୍ଵେଷଣରେ ବାହାରିଥିଲେ । ବାଜା,ବାଣ ଓ ରଙ୍ଗବେରଙ୍ଗ ଆଲୋକମାଳା ରୋଷଣୀରେ ସୁସଜ୍ଜିତ ରଥ ଚଢି ବରପିତା ସାକ୍ଷୀପଡା ସ୍ଥିତ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବାସଭବନ ରେ ପହଞ୍ଚିଥିଲେ । ଏହାପରେ କନ୍ୟା ପକ୍ଷ ବର ପକ୍ଷଙ୍କୁ ତାଙ୍କ ଘରକୁ ଆସିବାର ଅଭିପ୍ରାୟ ପଚାରିଥିଲେ ।

sitala sasthi Dev couple s wedding today

ବର ପକ୍ଷ କହିଥିଲେ ତାଙ୍କ ପୁଅ ବା ମହାଦେବ ପାଈଁ ଏକ ସୁନ୍ଦର କନ୍ୟା ଖୋଜି ଆସିଛନ୍ତି । ପରବର୍ତ୍ତୀ ସମୟରେ ଉଭୟ ପକ୍ଷଙ୍କ ସହମତିରେ ନିର୍ବନ୍ଧ ବା ପତ୍ରପେଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ମହାଦେବଙ୍କୁ ଜ୍ୱାଇଁ ରୂପେ ପାଇ ପୂଜାରୀ ପରିବାର ବେଶ ଖୁସି ପ୍ରକଟ କରିଛନ୍ତି ।

ଭାଗ୍ୟରେ ଥିଲେ ଦେବ ଦେବ ମହାଦେବ ଓ ପାର୍ବତୀଙ୍କ କର୍ତ୍ତା ହେବାର ସୌଭାଗ୍ୟ ମିଳେ । ତେବେ ଚଳିତ ବର୍ଷ ବେଶ ଯାକ ଯମକରେ ଶିବ ବିବାହ ଉତ୍ସବ ସମ୍ପନ୍ନ ହେଉଛି । ତେଣୁ ମନ୍ଦିର ପ୍ରଶାସନ ଓ ସେବାୟତ ମାନେ ନିଜ ନିଜ କାମରେ ଲାଗିପଡିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+