Get Updates
Get notified of breaking news, exclusive insights, and must-see stories!

ଆଜି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା, ଉତ୍ସବ ମୁଖର ସମ୍ବଲପୁର ସହର

ସମ୍ବଲପୁର: ଆଜି ବିଶ୍ୱ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଧରାପୃଷ୍ଠରେ ମହାଦେବଙ୍କ ହାତ ଧରିବେ ମାଆ ପାର୍ବତୀ । ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ରାତିରେ ବିଭିନ୍ନ ଶିବ ମନ୍ଦିରରୁ ବାହାରିବ ବିବାହ ଶୋଭାଯାତ୍ରା । ବାଜା, ବାଣ, ନାଚ ଗୀତ ଓ ବର ରୋଷଣୀରେ କମ୍ପିବ ସହର ।

ସେହିପରି ମାଆଙ୍କୁ ନିଜ କନ୍ୟା ରୂପେ ଏବଂ ମହାଦେବଙ୍କୁ ଜ୍ୱାଇଁ ରୂପେ ପାଇଁ ସୌଭାଗ୍ୟ ପାଇଛନ୍ତି ବୁଢାରାଜା ପଡ଼ାର ସୁରେଖା ଓ ତାଙ୍କ ପରିବାର । ବେଶ୍ ଆନନ୍ଦରେ ଚାଲିଛି ସମସ୍ତ ପ୍ରସ୍ତୁତି । ନଡ଼ିଆ, ପଇତା, ଗୁଆ ସହ ସହରର ସମସ୍ତ ମନ୍ଦିରରେ ନିମନ୍ତ୍ରଣ ଦିଆଯାଉଛି ।

sitala sasthi

ସକାଳ ୯ଟାରେ ପହଖିଆ ଅନ୍ନନୀତି ଲାଗି ହେବା ପରେ ୧୦ଟାରେ ଭଗବାନ ଶିବଙ୍କୁ ବରଣ କରିବା ପାଇଁ ବରଧରା ବେଶ ସାଜି ହନୁମାନ ଗମନ ଆରମ୍ଭ କରିବେ । ଏହା ପରେ ସଂଧ୍ୟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ ଏବଂ ୪ଟା ପରେ ବାବାଙ୍କର ରାଜରାଜେଶ୍ୱର ବେଶ ସହ ୫ଟାରେ ଦିଅଁ ମଙ୍ଗୁଳା ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି ।

ଶିବ-ପାର୍ବତୀ ବିବାହ ପାଇଁ ରଙ୍ଗବେରଙ୍ଗ ଲାଇଟରେ ସଜେଇ ହୋଇଛି ସମ୍ବଲପୁର ସହର । ସେହିପରି ପ୍ରତ୍ୟେକ ଘରେ କୁଣିଆଙ୍କ ଭିଡ ଜମିଛି । ପ୍ରତ୍ୟେକଙ୍କ ଘରେ ବନ୍ଧୁ ବାନ୍ଧବ ଓ ନୂଆ ପୋଷାକ, ଖାଦ୍ୟ ପେୟର ଆସର ଜମିଛି । ଏହି ଦିନଟିକୁ ଅତି ଆନନ୍ଦର ସହ ପାଳନ କରନ୍ତି ପଶ୍ଚିମ ଓଡିଶାବାସୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+