ଆଜି କଟକରେ ବସୁଛି ଏସଆଇଟି ବୈଠକ: ଯୋଗଦେବେ ED ନିର୍ଦେଶକ
ଆଜି କଟକରେ ବସୁଛି ଏସଆଇଟି ବୈଠକ । ଉପାଧ୍ୟକ୍ଷ ତଥା ସୁପ୍ରିମ୍କୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ୍ ପଶାୟତଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ। କଳାଧନ ସମ୍ପର୍କିତ ଏସଆଇଟି ବୈଠକ ବସିବ ।
ଏଥିପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାହୁଲ ନବୀନ। ତାଙ୍କ ସହ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସର ଚେୟାରମେନ ରବି ଅଗ୍ରୱାଲ ଏବଂ ଭାରତର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ମଧ୍ୟ ଓଡ଼ିଶା ଆସିଛନ୍ତି। ଏହି ତିନି ଅଧିକାରୀ ଆଜି ଏସଆଇଟି ବୈଠକରେ ଯୋଗଦେବେ ।
ବୈଠକରେ ସିବିଆଇ, ଆଇଟି, ଇଡି, କଷ୍ଟମ ଅଧିକାରୀ ଯୋଗ ଦେବେ। ଓଡ଼ିଶାରୁ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ବି ଯୋଗ ଦେବେ।ଭିଜିଲାନ୍ସ ଧରିଥିବା ୨୦ ଅଧିକାରୀଙ୍କ ତଥ୍ୟ ଦାଖଲ ହେବ।

ରେଡ୍ ହୋଇଥିବା ବଡ଼ ବାବୁମାନଙ୍କ ତଥ୍ୟ ମାଗିଥିଲା SIT। କଳାଧନ ଠାବ ପାଇଁ କେନ୍ଦ୍ର ସରକାର ଗଠନ କରିଛନ୍ତି SIT। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ହୋଇଛି ଏସଆଇଟି। କୋର୍ଟରେ ନିଜର ନବମ ରିପୋର୍ଟ ଦାଖଲ କରିବାକୁ ଯାଉଛି ଏସଆଇଟି। ବୈଠକରେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଥିବା ଅଧିକାରୀଙ୍କ ସମ୍ପତ୍ତି ତାଲିକା ଏସଆଇଟିରେ ଦାଖଲ କରାଯିବ। ଯେଉଁମାନଙ୍କର ୩ କୋଟିରୁ ଅଧିକ ସମ୍ପତ୍ତି ରହିଛି ସେମାନଙ୍କ ସମ୍ପର୍କରେ ମଧ୍ୟ ସବିଶେଷ ସୂଚନା ପ୍ରଦାନ ପାଇଁ ଭିଜିଲାନ୍ସକୁ କୁହାଯାଇଛି।
ଇଡି ନିର୍ଦ୍ଦେଶକ ରାହୁଲ ନବୀନ ଓଡ଼ିଶାରେ ପହଞ୍ଚିଛନ୍ତି। ୩ ଦିନିଆ ଓଡ଼ିଶା ଗସ୍ତରେ ନବୀନଙ୍କ ସମେତ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି)ର ଅଧ୍ୟକ୍ଷ ରବି ଅଗ୍ରୱାଲ ଏବଂ ଆଟର୍ଣ୍ଣିଂ ଜେନେରାଲ ଆର୍. ଭେଙ୍କଟରମଣୀ ଆସିଛନ୍ତି। ଆଜି କଟକରେ ଏସଆଇଟି ବୈଠକରେ ଯୋଗଦେବେ। ଅପରାହ୍ଣରେ ପୁରୀରେ ପହଞ୍ଚି ମହପ୍ରଭୁଙ୍କ ଦର୍ଶନ କରିବେ ଏବଂ ୨୯ରେ ଭୁବନେଶ୍ବର ଇଡି ଅଫିସରେ କାର୍ଯ୍ୟକ୍ରମ ସରିବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ଦେଶରେ କଳାଧନ ବାହାର କରି ଲୋକଲୋଚନକୁ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ ମସିହାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ ବି ଶାହଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ ହୋଇଥିଲା। ଯାହାର ଉପାଧ୍ୟକ୍ଷ ଅଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ।












Click it and Unblock the Notifications