For Quick Alerts
Turn On Notification  
For Daily Alerts
Oneindia App Download

ଆସନ୍ତାକାଲିଠୁ ସର୍ବସାଧାରଣଙ୍କୁ ମିଳିବ କରୋନା ଟିକା, ଗୋଟିଏ ଡୋଜ ଦାମ 250 ଟଙ୍କା

ସରକାରୀ ମେଡିକାଲରେ ଟିକା ମାଗଣାରେ ଦିଆଯିବ । କିନ୍ତୁ ବେସରକାରୀ ହସ୍ପିଟାଲରେ ଟିକା ନେଲେ ଅଢେଇ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

|

ଭୁବନେଶ୍ବର: ଆସନ୍ତାକାଲିଠୁ ଦେଶରେ ସାଧାରଣ ଜନତାଙ୍କୁ ଟିକା ମିଳିବ । ଗୋଟିଏ ଡୋଜ କୋଭିଡ ଟିକାର ଦାମ ଅଢେଇ ଶହ ଟଙ୍କା ସ୍ଥିର ହୋଇଛି । ଟିକାର ଦାମ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟିକା ।

Corona Vaccine

ସରକାରୀ ମେଡିକାଲରେ ଟିକା ମାଗଣାରେ ଦିଆଯିବ । କିନ୍ତୁ ବେସରକାରୀ ହସ୍ପିଟାଲରେ ଟିକା ନେଲେ ଅଢେଇ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେଥିରେ ସର୍ଭିସ ଚାର୍ଜ ବାବଦକୁ ରହିଛି ଶହେ ଟଙ୍କା ଓ ଟିକା ବାବଦକୁ ଦେବାକୁ ମାତ୍ର ଦେଢଶହ ଟଙ୍କା ।

ମାର୍ଚ୍ଚ ପହିଲାରୁ ଦେଶରେ 2ୟ ପର୍ଯ୍ୟାୟରେ ୬୦ ବୟସରୁ ଅଧିକ ବ୍ୟକ୍ତି ଓ ୪୫ରୁ ୬୦ ବର୍ଷ ବୟସର ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏହି ପର୍ଯ୍ୟାୟରେ ଉଭୟ ସରକାରୀ ଓ ଘରୋଇ ମେଡିକାଲରେ ଟିକାକରଣ କରାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Single dose of corona vaccine cost Rs 250
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X