ଆସନ୍ତାକାଲିଠୁ ସର୍ବସାଧାରଣଙ୍କୁ ମିଳିବ କରୋନା ଟିକା, ଗୋଟିଏ ଡୋଜ ଦାମ 250 ଟଙ୍କା
ସରକାରୀ ମେଡିକାଲରେ ଟିକା ମାଗଣାରେ ଦିଆଯିବ । କିନ୍ତୁ ବେସରକାରୀ ହସ୍ପିଟାଲରେ ଟିକା ନେଲେ ଅଢେଇ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ଭୁବନେଶ୍ବର: ଆସନ୍ତାକାଲିଠୁ ଦେଶରେ ସାଧାରଣ ଜନତାଙ୍କୁ ଟିକା ମିଳିବ । ଗୋଟିଏ ଡୋଜ କୋଭିଡ ଟିକାର ଦାମ ଅଢେଇ ଶହ ଟଙ୍କା ସ୍ଥିର ହୋଇଛି । ଟିକାର ଦାମ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟିକା ।

ସରକାରୀ ମେଡିକାଲରେ ଟିକା ମାଗଣାରେ ଦିଆଯିବ । କିନ୍ତୁ ବେସରକାରୀ ହସ୍ପିଟାଲରେ ଟିକା ନେଲେ ଅଢେଇ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେଥିରେ ସର୍ଭିସ ଚାର୍ଜ ବାବଦକୁ ରହିଛି ଶହେ ଟଙ୍କା ଓ ଟିକା ବାବଦକୁ ଦେବାକୁ ମାତ୍ର ଦେଢଶହ ଟଙ୍କା ।
ମାର୍ଚ୍ଚ ପହିଲାରୁ ଦେଶରେ 2ୟ ପର୍ଯ୍ୟାୟରେ ୬୦ ବୟସରୁ ଅଧିକ ବ୍ୟକ୍ତି ଓ ୪୫ରୁ ୬୦ ବର୍ଷ ବୟସର ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏହି ପର୍ଯ୍ୟାୟରେ ଉଭୟ ସରକାରୀ ଓ ଘରୋଇ ମେଡିକାଲରେ ଟିକାକରଣ କରାଯିବ ।












Click it and Unblock the Notifications