ଆରମ୍ଭ ହେଲା ସିଂହଦ୍ୱାର ମରାମତି, ପିତ୍ତଳ ଦ୍ୱାର ଖୋଲାଯାଇ ଲାଗିବ ରୂପା ଦ୍ୱାର
ପୁରୀ: ଶ୍ରୀମନ୍ଦିରର ସିଂହଦ୍ଵାରର ନୂତନ ରୂପାଦ୍ବାର ସ୍ଥାପନ କରାଯିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନ ଯାତ୍ରାରେ ବାହାରିବା ପରେ କାମ ଆରମ୍ଭ ହେବ । ସେହି ନିଷ୍ପତ୍ତି ଅନୁସାରେ ସିଂହଦ୍ବାରରେ କାମ ଆରମ୍ଭ ହୋଇଛି ।

ପ୍ରଥମେ ପ୍ଲାଇରେ ନିର୍ମିତ ଅସ୍ଥାୟୀ ସିଂହଦ୍ୱାର ତିଆରି କରାଯାଉଛି । ଏହାପରେ ସିଂହଦ୍ବାରରେ ଥିବା ପିତ୍ତଳ ଦ୍ୱାରକୁ ଖୋଲାଯିବ । ମୁମ୍ବାଇର ଜଣେ ଦାତା ଶ୍ରୀମନ୍ଦିର ସିଂହଦ୍ୱାରକୁ ରୁପା ଛାଉଣି କରିବା ପାଇଁ ମନ୍ଦିର ପ୍ରଶାସନକୁ ରୁପା ଦାନ କରିଛନ୍ତି । ବର୍ତ୍ତମାନ ଲାଗିଥିବା ସିଂହଦ୍ୱାର କବାଟର ଅବିକଳ ଆଉ ଏକ ଅସ୍ଥାୟୀ ଦ୍ୱାର ନୀଳାଚଳ ଭକ୍ତନିବାସରେ ନିର୍ମାଣ କରାଯାଉଛି ।
ସେଥିରେ ବର୍ମାଟିକ କାଠରେ ନୂତନ ଦ୍ବାରା ନିର୍ମାଣ କରାଯାଇଛି ଯାହାକୁ ଲଗାଯିବ। ପୂର୍ବରୁ ସାତପାହାଚ, ଜୟବିଜୟ ଦ୍ବାର, କଳାହାଟ ଦ୍ବାର, ବେହରଣ ଦ୍ଵାର, ଭୋଗମଣ୍ଡପ ଦ୍ବାରା ଆଦି ଦ୍ବାରାକୁ ଉତ୍କଳୀୟ ଢାଞ୍ଚାରେ ରୂପା ଦ୍ବାରା କରାଯାଇଛି ।












Click it and Unblock the Notifications