ପୁଣି ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନା, ଥାନାରେ ମାମଲା ରୁଜୁ

ପୁଣି ଅଡ଼ୁଆରେ ହ୍ୟୁମାନ ସାଗର । କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଗୀତିକାର ରୁକୁ ସୁନାଙ୍କ ବଢ଼ିଲା ବିବାଦ । ଦୁହିଁଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲେ ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ନେଇ ଏହି ଅଭିଯୋଗ ହୋଇଛି।

Human Sagar

ଭିଡିଓରେ ଗୀତିକାର ରୁକୁ ସୁନା ଓ ହ୍ୟୁମାନ ସାଗର ଶ୍ରୀ ଜଗନ୍ନାଥଙ୍କ ଭଜନ କଦର୍ଥ କରି ଗାଉଥିବାର ଦେଖିବାକୁ ମିଳୁଛି।

କେବଳ ସେତିକି ନୁହେଁ ଦୁହେଁ ଜଗନ୍ନାଥ ଭଜନର ହସ, ମଜା କରି ଥଟ୍ଟା ପରିହାସ କରୁଥିବାର ବି ଦେଖିବାକୁ ମିଳୁଛି। ଏଭଳି ଆଚରଣ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଥାନାରେ ଏଫଆଇଆର ଦାୟର ହୋଇଛି। କେବଳ ଏହି ଦୁଇଜଣଙ୍କ ବିରୋଧରେ ନୁହେଁ, ଯେଉଁମାନେ ସବୁ ଏହି ଭିଡିଓରେ ଦେଖାଯାଉଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+