କୋଣାର୍କ ପରିଦର୍ଶନ କରିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗରତ୍ନମ୍
Odisha News: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗରତ୍ନମ୍ । ଆଜି ଶେଷ ଦିନରେ ରଘୁରାଜପୁର ହେରିଟେଜ ବୁଲି ଦେଖିବା ସହ ଏହାପରେ ସେ ଆଇଓସିଏଲ ଯିବେ ସିଙ୍ଗାପୁର ରାଷ୍ଟ୍ରପତି । ଶେଷରେ ବିଶ୍ୱର ସପ୍ତାଶ୍ୱର୍ଯ୍ୟ କୋଣାର୍କ ମନ୍ଦିର ପରିଦର୍ଶନ କରିବା ନେଇ ସୂଚନା ରହିଛି ।

ସେହିପରି ଅପରାହ୍ନରେ ଆନ୍ଧାରୁଆ ସ୍ଥିତ ଭାରତ ବାୟୋଟେକର ଟୀରା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରିବା ସହ ଅଧିକାରୀଙ୍କ ଆଲୋଚନା କରିବେ। ସେହିପରି ସିଙ୍ଗାପୁର ରାଷ୍ଟ୍ରପତିଙ୍କ କୋଣାର୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ସୂଚନା ଏହା ମଧ୍ୟ ରହିଛି ଯେ, ଓଡ଼ିଶାରେ ପହଞ୍ଚିବା ପରେ ବିଭିନ୍ନ ପ୍ରସଙ୍ଗରେ ସିଙ୍ଗାପୁର ରାଷ୍ଟ୍ରପତି ସହ ଆଲୋଚନା ହୋଇଛି । ସିଙ୍ଗାପୁକ ଓ ଓଡ଼ିଶା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୁଧାମଣାପତ୍ର ସ୍ୱାକ୍ଷରିତ ହୋଇଛି ।












Click it and Unblock the Notifications