ଭୁବନେଶ୍ୱରରେ ସିଙ୍ଗାପୁର ରାଷ୍ଟ୍ରପତି
Odisha News: ଭୁବନେଶ୍ୱରରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ । ବିମାନବନ୍ଦରରେ ପହଞ୍ଚିବା ପରେ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିନ ୨ଟାରେ ବୁଝାମଣାପତ୍ର ସ୍ୱାକ୍ଷର କରିବେ ସିଙ୍ଗାପୁର ରାଷ୍ଟ୍ରପତି ।

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ରାଜ୍ୟରେ ସେମିକଣ୍ତକ୍ଟର, କ୍ରିଟିକାଲ ମିନେରାଲ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ୮ଟି ଏମଓୟୁ ସ୍ୱାକ୍ଷର ହେବା ନେଇ ସୂଚନା ରହିଛି । ସେମିକଣ୍ଡକ୍ଟର ଓ ଦକ୍ଷତା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରର ଆଇଟିଇଇଏସ ମଧ୍ୟରେ ଏକ ଚୁକ୍ତି ହେବ ।
ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ଇଡକୋ ଓ ସେମ୍ବକର୍ପ, ଗ୍ରୀନ୍ ହାଇଡ୍ରୋଜେନ୍ କରିଡର ପାଇଁ ଶିଳ୍ପ ବିଭାଗ ଓ ସେମ୍ବକର୍ପ ଏବଂ ସୁରବନ୍ ଜୁରୋଙ୍ଗ, ନୂଆ ସହର ଯୋଜନା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ସୁରବନ୍ ଜୁରୋଙ୍ଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବା ନେଇ ମଧ୍ୟ ସୂଚନା ରହିଛି ।












Click it and Unblock the Notifications