ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ

ପୁରୀ: ଆଜି ରତ୍ନଭଣ୍ଡାର ଖୋଲିବ, ହେଲେ ରତ୍ନଭଣ୍ଡାରର ଗଣତି ହେବନି । ରତ୍ନଭଣ୍ଡାରରୁ ସୁନା ଅଳଙ୍କାର ଷ୍ଟ୍ରଙ୍ଗରୁମକୁ ଟ୍ରାନ୍ସଫର ହେବା ପରେ, ଭିତର ରତ୍ନଭଣ୍ଡାରର ମରାମତି ହେବ । ଏଥିପାଇଁ ଲାଇଟ୍ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଏପଟେ ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ । ରବିବାର ରତ୍ନଭଣ୍ଡାରର ଅଳଙ୍କାରକୁ ରଖିବା ପାଇଁ ପୁରୀରେ ପହଞ୍ଚିଛି ୬ଟି ସିନ୍ଦୁକ । ତେବେ ପ୍ରାଥମିକ ସୂଚନା ମୁତାବକ, ଶାଗୁଆନ୍ କାଠରେ ଏହି ସିନ୍ଦୁକକୁ ପ୍ରସ୍ତୁତ କରାଯାଇଛି । ତା ସହ ଏଥିରେ ପିତ୍ତଳର ଲେପ ମଧ୍ୟ ଦିଆଯାଇଛି । ରତ୍ନଭଣ୍ଡାରର ଅଳଙ୍କାର ସବୁକୁ ଏହି ସିନ୍ଦୁକରେ ରଖାଯିବ ବୋଲି କୁହାଯାଉଛି ।

sinduka

ବର୍ତ୍ତମାନ ଏହି ସିନ୍ଦୁକକୁ ଶ୍ରୀମନ୍ଦିର ଭିତରକୁ ନିଆଯାଉଛି । ୬ଟି ସିନ୍ଦୁକ ଟ୍ରକରେ ଲଦି ପହଞ୍ଚିଲେ ଭୁବନେଶ୍ୱରର ଜନୈକ ବ୍ୟକ୍ତି । ପ୍ରଶାସନ ପକ୍ଷରୁ ୧୫ଟି ସିନ୍ଦୁକ ବରାଦ କରାଯାଇଥିବା କହିଲେ । ୨୦ କାରିଗରଙ୍କ ୪୮ ଘଣ୍ଟାର ପରିଶ୍ରମରେ ୬ଟି ତିଆରି ହୋଇଛି । ଆଉ ୯ଟି ସିନ୍ଦୁକ ତିଆରି କାମ ଚାଲିଛି, ଖୁବ୍ ଶୀଘ୍ର ପହଞ୍ଚିବ ବୋଲି କହିଲେ । ଶାଗୁଆନ କାଠରେ ତିଆରି ସିନ୍ଦୁକରେ ପିତଳ ଛାଉଣୀ ହୋଇଛି । ସିନ୍ଦୁକର ଲମ୍ୱ ରହିଛି ସାଢେ ୪ଫୁଟ, ଗଭୀର ୨ଫୁଟ ଓ ଚଉଡାର ମଧ୍ୟ ୨ଫୁଟ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+