ନୂଆ ବର୍ଷରୁ ରୂପାରେ ଝଲସିବ ସିଂହଦ୍ଵାର , ଆରମ୍ଭ ହେଲା କାମ

ଆରମ୍ଭ ହେଲା ଶ୍ରୀମନ୍ଦିର ସିଂହଦ୍ଵାର ଗୁମୁଟରେ ରୁପା ଛାଉଣୀ କାମ। କେବଳ ସିଂହଦ୍ୱାର ଗୁମୁଟ ନୁହେ ରତ୍ନଭଣ୍ଡାରକୁ ଜଗି ରହିଥିବା ଭଣ୍ଡାର ଲୋକନାଥଙ୍କ ମନ୍ଦିର ଦ୍ଵାର, ପ୍ରଭା ଓ ଖିଲଣ ବି ରୁପାର ହେବ । ୬ ଫୁଟ୍ ଉଚ୍ଚ ଓ ସାଢେ ତିନି ଫୁଟ ଚଉଡ଼ାର ଏହି ଦ୍ଵାର ନୂଆ ସୌନ୍ଦର୍ଯ୍ୟ ପାଇବ ।

Puri temple

ଆସନ୍ତା ଦୁଇ ମାସ ମଧ୍ୟରେ କାମ ଆରମ୍ଭ କରିବାକୁ ଲକ୍ଷ ରହିଛି । ସେହିପରି ମଦନ ମୋହନ, ଶ୍ରୀଦେବୀ ଭୂଦେବୀଙ୍କ ସମେତ ଦୋଳଗୋବିନ୍ଦ ଆଦି ଠାକୁରଙ୍କ ୭ଟି ପ୍ରଭାକୁ ରୂପା ଛାଉଣୀ କରିବାକୁ ପ୍ରସ୍ତୁତି ଚଲାଇଛି ଶ୍ରୀମନ୍ଦିର ପ୍ରଶାସନ । ରୁପା ଛାଉଣୀ କାମକୁ ସବୁ ମହଲରେ ସ୍ଵାଗତ କରାଯାଇଛି ।

ସିଂହଦ୍ୱାର ଭଳି ଅନ୍ୟ ତିନି ଦ୍ଵାର ମଧ୍ୟ ରୁପା ଛାଉଣୀ କରିବାକୁ ଦାବି କରିଛନ୍ତି ସେବାୟତ । ସେପଟେ ଆଉ ଦିନ କେଇଟା ପରେ ଇଂରାଜୀ ନୂଆବର୍ଷ । ଏବେଠୁ ଶ୍ରୀକ୍ଷେତ୍ରରେ ଲାଗିଲାଣି ଗହଳି ଚହଳି। ହଜାର ହଜାର ଭକ୍ତ ଓ ପର୍ୟ୍ୟଟକ ପୁରୀ ଆସି ନୂଆବର୍ଷ ମନାଇବାକୁ ପ୍ରସ୍ତତି କରିଛନ୍ତି।

ସେପଟେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+