Hirakud: ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ ସ୍ଲୁଇସ୍ ଗେଟ୍ ବନ୍ଦ
ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ଟି ସ୍ଲୁଇସ୍ ଗେଟ୍କୁ ରବିବାର ବନ୍ଦ କରାଯାଇଛି । କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଉ ଥିବାରୁ ରବିବାର ସକାଳ ୮ଟାରେ ପ୍ରଥମେ ୨ଟି ଓ ପରେ ପୂର୍ବାହ୍ନ ୧୧ଟାରେ ଆଉ ୪ଟି ମିଶି ମୋଟ୍ ୬ଟି ସ୍ଲୁଇସ୍ ଗେଟ୍କୁ ବନ୍ଦ କରାଯାଇଛି । ଫଳରେ ବର୍ତ୍ତମାନ ମୋଟ୍ ୮ଟି ସ୍ଲୁଇସ୍ ଗେଟ୍ ଜରିଆରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।
ମଧ୍ୟାହ୍ନ ସାଢ଼େ ୧୨ଟାର ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୦୬. ୫୬ ଫୁଟ ରହିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୧ ଲକ୍ଷ ୫୪ ହାଜର ୧୨୬ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ସମାନ ପରିମାଣର ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି।

ସେଥିମଧ୍ୟରେ ବାମପାଶର୍ବସ୍ଥ ୫ଟି ଓ ଦକ୍ଷିଣ ପାର୍ଶସ୍ଥ ୩ଟି ମିଶି ମାଟ ୮ଟି ସ୍ଲୁଇସ୍ ଗେଟରେ ମହାନଦୀକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୧୬ ହଜାର ୬୪୦ ଘନଫୁଟ, ଶକ୍ତି ଉତ୍ପାଦନ ପାଇଁ ପାୱାର ଚ୍ୟାନେଲରେ ୩୪,୨୨୯ ଘନଫୁଟ, ଶିଳ୍ପସଂସ୍ଥା ପାଇଁ ୨୩୪ ଘନଫୁଟ ଏବଂ ବଂ ଜଳ ସେଚନ ପାଇଁ ବରଗଡ଼ କେନାଲରେ ୨୭୫୫, ଶାସ ଶାସନ କେନାଲରେ ୨୦୦ ଓ ସମ୍ବଲପୁର କେନାଲରେ ୬୮ ଘନଫୁଟ ଜଳ ମିଶି ମୋଟ୍ ୩୦୨୩ ଘନଫୁଟ ଫୁଟ ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାର ପାଣିପାଗ ନିମନ୍ତ୍ରଣ କକ୍ଷ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଉପରମୁଣ୍ଡରେ ୦୧.୦୪ ମିଲିମିଟର ଓ ତଳମୁଣ୍ଡରେ ୦୩.୯୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।












Click it and Unblock the Notifications