Simlipal Forest Fire: ନାଚୁଛନ୍ତି ବନ କର୍ମଚାରୀ; କହୁଛନ୍ତି, 'ବହୁତ ବର୍ଷା ଦେ, ସବୁ ନିଆଁ ଲିଭି ଯାଉ'

ଗତକାଲିଠୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି ଏକ ଭିଡିଓ । ଏହି ଭିଡିଓରେ ବର୍ଷାରେ ଜଣେ ମହିଳା ବନ କର୍ମଚାରୀ ନାଚୁଛନ୍ତି । ତେବେ ଏହି ଭିଡିଓଟି ଶିମିଳିପାଳ ଅଭ୍ୟାରଣ୍ୟରେ ଉତ୍ତଳନ କରଯାଇଛି ।

ବାରିପଦା: 'ବହୁତ ବର୍ଷା ଦେ, ସବୁ ନିଆଁ ଲିଭି ଯାଉ। ମୁଁ ବହୁତ ଖୁସି । ମୋ ଫୋନ ଓଦା ହୋଇଯାଇଛି । ମୁଁ ସମ୍ପୂର୍ଣ୍ଣ ଭିଜି ଜାଇଛି । ଗତକାଲିଠୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି ଏକ ଭିଡିଓ । ଏହି ଭିଡିଓରେ ବର୍ଷାରେ ଜଣେ ମହିଳା ବନ କର୍ମଚାରୀ ନାଚୁଛନ୍ତି । ତେବେ ଏହି ଭିଡିଓଟି ଶିମିଳିପାଳ ଅଭ୍ୟାରଣ୍ୟରେ ଉତ୍ତଳନ କରଯାଇଛି ।

 Simlipal Forest Fire

ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ଏସବୁ ଭିତରେ ଗତକାଲି ଏକ ଆଶ୍ୱସ୍ତିକର ଖବର ଆସିଥିଲା। ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଗତକାଲି ଅପରାହ୍ଣରେ କୁଆପଥର ସହ ଝିପିଝିପି ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାପଡ଼ିଛି। ସେଠାରେ ହୋଇଥିବା ବର୍ଷା ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିପାରେ ବୋଲି କୁହାଯାଉଛି। ଶିମିଳିପାଳ ନିଆଁ ନିୟନ୍ତ୍ରଣ ଦିଗରେ ଏହା ବଡ଼ ଆଶା ସୃଷ୍ଟି କରିଛି।

ବର୍ଷା ହେବା ପରେ ସେଠାରେ ନିଆଁ ଲିଭାଇବା ପାଇଁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଥିବା ବନ କର୍ମଚାରୀ କେତେ ଖୁସି, ତାର ଝଲକ ଦେଖିବାକୁ ମିଳିଛି ଏହି ଭାଇରାଲ୍ ଭିଡିଓରେ। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି, ଶିମିଳିପାଳ ଅଭୟାରଣ୍ୟର କିଛି ଅଞ୍ଚଳରେ ବର୍ଷା ହେବା ପରେ କିଭଳି ଭାବରେ ଖୁସିରେ ଆତ୍ମ ବିଭୋର ହୋଇଯାଇଥିଲେ ମହିଳା ଫରେଷ୍ଟର ସ୍ନେହା ଧଳ। ଖୁସିରେ ଆତ୍ମ ବିଭୋର ହୋଇ ସେ ନାଚିବା ସହ ଆକାଶକୁ ଚାହିଁ ପ୍ରାର୍ଥନା କରିଥିଲେ। ବହୁତ ଜୋର୍‌ରେ ବର୍ଷା ହେଉ, ସବୁ ନିଆଁ ଲିଭିଯାଉ ବୋଲି ଖୁସିରେ ଆତ୍ମ ବିଭୋର ସେ କହିଥିଲେ।

 Simlipal Forest Fire

ସୂଚନାଯୋଗ୍ୟ, ରାଜ୍ୟରେ ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍। ରାଜ୍ୟ ବିଜେପି ସାଂସଦଙ୍କୁ ଭେଟିବା ପରେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ଆଜି ଏହି ଟିମ୍ ଓଡ଼ିଶା ଆସିବା ସମ୍ଭାବନା ରହିଛି। କେନ୍ଦ୍ରୀୟ ଟିମ୍ ଜଙ୍ଗଲ ନିଆଁ ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ସହ ନିଆଁ ଆୟତ୍ତ ସମ୍ପର୍କରେ ଗୁରୁତ୍ୱ ଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+