ନିୟନ୍ତ୍ରଣରେ ଜଙ୍ଗଲ ନିଆଁ, ଅଦ୍ୟାବଧି 268 ଗୋଟି ଫାୟାର ପଏଣ୍ଟ ରିପୋର୍ଟ ହୋଇଛି
ନିୟନ୍ତ୍ରଣରେ ହୋଇ ଜଙ୍ଗଲ ନିଆଁ । ଅଦ୍ୟାବଧି 268 ଗୋଟି ଫାୟାର ପଏଣ୍ଟ ରିପୋର୍ଟ ହୋଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।
ଭୁବନେଶ୍ୱର: ନିୟନ୍ତ୍ରଣରେ ହୋଇ ଜଙ୍ଗଲ ନିଆଁ । ଅଦ୍ୟାବଧି 268 ଗୋଟି ଫାୟାର ପଏଣ୍ଟ ରିପୋର୍ଟ ହୋଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ । ଏଥିରେ କୁହାଯାଇଛି ଯେ, ଗତକାଲି ରିପୋର୍ଟ ହୋଇଥିବା ଫାୟାର ପଏଣ୍ଟ 209ରୁ ଖସି 268 ହୋଇଛି । ଏଥି ସହିତ ଶିମିଳିପାଳ ଅଭ୍ୟାୟରଣ୍ୟରେ କେବଳ 24ଟି ଫାୟର ପଏଣ୍ଟ ରହିଛି ।

ସେପଟେ ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟର (NRSC) ହାଇଦ୍ରାବାଦ ସାଟେଲାଇଟ୍ ଫଟୋଚିତ୍ର ଜାରି କରିଛି । ଯେଉଁଥିରେ ଶିମିଳିପାଳରେ ଲାଗିଥିବା ନିଆଁ ଆୟତ୍ତକୁ ଆସି ସାରିଥିବା ଦେଖାଯାଇଛି । ଏନେଇ ଫରେଷ୍ଟ ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
#ForestFireTaskForceOdisha #SimlipalForestFire #ForestFireWarriors
— Sandeep Tripathi, IFS (@sandeepifs) March 10, 2021
Forest fire contained in Simlipal.
The latest MODIS/ SNPP VIIRS satellite base fire alerts by NRSC, Hyderabad...@CMO_Odisha @BKArukha @ForestDeptt @moefcc @pccfodisha @PCCFWL_Odisha pic.twitter.com/EZ9yKQKklh
ଶିମିଳିପାଳରେ ବର୍ଷା:
ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ସକାଳୁ କୋହଲା ପାଗ ରହିବା ସହ ଆକାଶ ମେଘାଚ୍ଛନ ଥିଲା । ଶିମିଳିପାଳର ଗୁଡୁଗୁଡ଼ିଆ, ପୀଠାବଟା, ସମେତ ବାରିପଦା, କରଞ୍ଜିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି । କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଅଳ୍ପ ସମୟ ପାଇଁ କୁଆପଥର ବର୍ଷା ହୋଇଥିବା ସୂଚନା ମିଳିଛି । ଶିମିଳିପାଳ ଜାତୀୟ ଉଦ୍ୟାନରେ ଲାଗିଥିବା ନିଆଁ ଲିଭାଇବାରେ ଅଳ୍ପକେ ହେଲେ ମଧ୍ୟ ଏହି ବର୍ଷା ସହାୟକ ହୋଇଛି ।












Click it and Unblock the Notifications