ଶିମିଳିପାଳ ନିଆଁ ଲିଭାଇବା ପାଇଁ ପହଞ୍ଚିଲେ ମୟୂରଭଞ୍ଜ ମହାରାଣୀ
ସରକାରୀ ସ୍ତରରେ ଉଦ୍ୟମ ଜାରି ଥିଲେ ସୁଦ୍ଧା ଶିମିଳିପାଳକୁ ନିଆଁ କବଳରୁ ରକ୍ଷା କରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୟୂରଭଞ୍ଜ ମହାରାଣୀ।
ବାରିପଦା: ପ୍ରାୟ 15 ଦିନରେ ପହଁଞ୍ଚିଲାଣି ଶିମିଳିପାଳ ଅଭ୍ୟାୟରଣ୍ୟରେ ନିଆଁ ଲାଗିବା ଘଟଣା । ଉତ୍ତର ଶିମିଳିପାଳର ୧୮ଟି ସ୍ଥାନରେ ଲାଗିଛି ନିଆଁ । ନିଆଁ ଲିଭାଇବା କାର୍ଯ୍ୟରେ ୬ଟି ଅଗ୍ନିଶମ ବିଭାଗ ନିୟୋଜିତ ଥିବା ବେଳେ ୧୧ ଶହରୁ ଅଧିକ ବନ ସୁରକ୍ଷା କର୍ମୀ ଏବଂ କର୍ମଚାରୀ ନିୟୋଜିତ ଥିବା ନେଇ ସୂଚନା ମିଳିଛି ।

ତେବେ ସରକାରୀ ସ୍ତରରେ ଉଦ୍ୟମ ଜାରି ଥିଲେ ସୁଦ୍ଧା ଶିମିଳିପାଳକୁ ନିଆଁ କବଳରୁ ରକ୍ଷା କରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୟୂରଭଞ୍ଜ ମହାରାଣୀ। ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଓ ରାଜଜେମା ଅକ୍ଷିତା ଭଞ୍ଜଦେଓ ଗତକାଲି ବାଙ୍ଗିରିପୋଷି ରେଞ୍ଜ ତାଳବନ୍ଧ ଗାଁରେ ପହଁଚିଥିଲେ । ଜଙ୍ଗଲରେ ଲାଗିଥିବା ନିଆଁ ବାବଦରେ ଲୋକଙ୍କ ସହ ଆଲୋଚନା କରିଥିଲେ । ଜଙ୍ଗଲ ସୁରକ୍ଷା ପାଇଁ କାମ କରିବା ସହ ଜଙ୍ଗଲରେ ନିଆଁ ନଲଗାଇବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ଏହାପରେ ଟଙ୍ଗାଧୁଆ, ରାଇପାଳ, ବାଦାମପୁର ଏବଂ ତାଳବନ୍ଧ ଯାଇ ସେଠାରେ ନିଆଁ ଲିଭାଇଥିଲେ।
ସୂଚନାଯୋଗ୍ୟ ଯେ, ଉତ୍ତର ଶିମିଳିପାଳର ଗୁଡ଼ଗୁଡ଼ିଆ ରେଞ୍ଜର ୩ଟି, ବରେଇପାଣି ରେଞ୍ଜର ଗୋଟିଏ, କେନ୍ଦୁମୁଣ୍ଡି ରେଞ୍ଜ ୪ଟି, ନଅଣା ରେଞ୍ଜ ୩ଟି, ଠାକୁରମୁଣ୍ଡା ରେଞ୍ଜ ୨ଟି, ତାଳବନ୍ଧ ରେଞ୍ଜରେ ୧ଟି ଜାଗାରେ ନିଆଁ ଲାଗିଛି। ନିଆଁ ଲିଭେଇବା ପାଇଁ ଅଗ୍ନିଶମ ବିଭାଗ ଓ ବନ କର୍ମଚାରୀ ନିୟୋଜିତ ଅଛନ୍ତି।












Click it and Unblock the Notifications