ଶିମିଳିପାଳରେ କମିଛି ଫାୟାର ପଏଣ୍ଟ, ମାତ୍ର ରାଜ୍ୟରେ ଅନ୍ୟ ଜଙ୍ଗଲରେ ବଢୁଛି ନିଆଁ

ଲଗାତର ଦୁଇ ଦିନ ଧରି ବର୍ଷା ଓ ବନକର୍ମଚାରୀଙ୍କ ଆପ୍ରଣ ଉଦ୍ୟମ ଫଳରେ ନିଆଁ କମିଛି। ପୂର୍ବରୁ ୨୬ଟି ଫାୟାର ପଏଣ୍ଟରେ ନିଆଁ ଥିବା ବେଳେ ଏବେ ୫ଟିରେ ନିଆଁ ରହିଛି । ସୂଚନା ଦେଇଛନ୍ତି ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।

ଭୁବନେଶ୍ବର: ଟାସ୍କଫୋର୍ସ ରିପୋଟ୍‌ ଅନୁସାରେ ଶିମିଳିପାଳ ଅଭ୍ୟାରଣ୍ୟରେ ନିଆଁ ଏବେ ଆୟତ୍ତରେ ରହିଛି । ଲଗାତର ଦୁଇ ଦିନ ଧରି ବର୍ଷା ଓ ବନକର୍ମଚାରୀଙ୍କ ଆପ୍ରଣ ଉଦ୍ୟମ ଫଳରେ ନିଆଁ କମିଛି। ପୂର୍ବରୁ ୨୬ଟି ଫାୟାର ପଏଣ୍ଟରେ ନିଆଁ ଥିବା ବେଳେ ଏବେ ୫ଟିରେ ନିଆଁ ରହିଛି । ସୂଚନା ଦେଇଛନ୍ତି ଟାସ୍କଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।

simlipal forest fire

ଅନ୍ୟପଟେ ରାଜ୍ୟରେ ଜଙ୍ଗଲ ନିଆଁ ବଢୁଛି। ଗତକାଲି ଅର୍ଥାତ ବୁଧବାର ୪୯୭ ପଏଣ୍ଟରେ ନିଆଁ ଲାଗିଥିଲା। ଆଜି ସଂଖ୍ୟା ବଢ଼ି ୧୦୪୮ରେ ପହଞ୍ଚିଛି। ଜଙ୍ଗଲ ନିଆଁ ପାଇଁ ଗଠିତ ଟାସ୍କଫୋର୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେପଟେ ଗତକାଲି ପରି ଆଜି ମଧ୍ୟ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଉଦଳା, କପ୍ତିପଦା, ନୀଳଗିରି ବ୍ଲକ ଅଞ୍ଚଳର କିଛି ଜାଗାରେ ଝିପି ଝିପି ବର୍ଷା ହୋଇଛି। ଆସନ୍ତା ଦିନରେ ବର୍ଷା ଲାଗି ରହିଲେ ଶିମିଳିପାଳ ପାଇଁ ଶୁଭଙ୍କର ହେବ ବୋଲି କହିଛନ୍ତି ଅତିରିକ୍ତ ଜଙ୍ଗଲ ସଚିବ ମୋନା ଶର୍ମା। ଗତକାଲି ମୋନା ଶର୍ମା ବାରିପଦାରେ ପହଞ୍ଚି ମୟୂରଭଞ୍ଜ ଜିଲ୍ଲାପାଲ ,ଏସ୍‌ପି, ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ, ଉପନିର୍ଦ୍ଦେଶକଙ୍କ ସହ ଶିମିଳିପାଳର ସ୍ଥିତି ନେଇ ଆଲୋଚନା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+