ଶିମିଳିପାଳରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍, ଖୋଜିବେ ବନାଗ୍ନିର କାରଣ
ଶିମିଳିପାଳ ବନାଗ୍ନିର କାରଣ ଖୋଜିବା ସହ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିବେ କେନ୍ଦ୍ରୀୟ ଟିମ୍ ।
ବାରିପଦା: ଶିମିଳିପାଳ ବନାଗ୍ନିର କାରଣ ଖୋଜିବା ସହ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିବେ କେନ୍ଦ୍ରୀୟ ଟିମ୍ । ଶିମିଳିପାଳରେ ନିଆଁ କେମିତି ଲାଗିଲା, କେଉଁଠୁ ଆସିଲା ନିଆଁ , ଏ ସବୁର କାରଣ ଖୋଜିବ କେନ୍ଦ୍ରୀୟ ଟିମ । ତେବେ ଗତକାଲି ଭୁବନେଶ୍ବରରେ ପଞ୍ଚିଥିଲେ ଟିମର ଜଣେ ବରିଷ୍ଠ ଅଧିକାରୀ ।
ଅନ୍ୟପଟେ ଗତ ଦୁଇ ଦିନଧରି ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ପରେ ନିଆଁ ଏବେ ଆୟତ୍ତକୁ ଆସିଛି । ଗତକାଲି ସୁଦ୍ଧା ଶିମିଳିପାଳରେ 5ଟି ଫାୟର ପଏଣ୍ଟ ରହିଥିବା କହିଥିଲେ ଟାକ୍ସଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।

ତେବେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ ଶିମିଳିପାଳ ଜଙ୍ଗଲ ବୁଲିବା ପରେ ଜଙ୍ଗଲ କର୍ତ୍ତୃପକ୍ଷଙ୍କ ନିଆଁ ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ । ଏହା ପୂର୍ବରୁ ଗୁରୁବାର ରାତିରେ ହିଁ କେନ୍ଦ୍ରୀୟ ଟିମ୍ ଏସଟିଆରର ବାରହାକାମୁଡା ଓ ଗୁଡୁଗୁଡିଆ ରେଞ୍ଜରେ ପହଞ୍ଚି ରାତ୍ରିକାଳୀନ ସ୍ଥିତିକୁ ପରଖିଛନ୍ତି ।
ଶୁକ୍ରବାର କୋର୍ ଏରିଆରେ ରହୁଥିବା ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ନିଆଁ କିପରି ଲାଗିଲା ତଦନ୍ତ କରିଛନ୍ତି । କେନ୍ଦ୍ରରୁ ଆସିଥିବା ଏହି ଟିମ୍ ସହ ଶିମିଳିପାଳ କର୍ତ୍ତୃପକ୍ଷର ବହୁ ଉଚ୍ଚ ଅଧିକାରୀ ରହିବା ସହିତ ଶିମିଳିପାଳ କୋର ଏବଂ ବୋଫର ଅଞ୍ଚଳ ବୁଲି ଅଭୟାରଣ୍ୟର କଣ କ୍ଷତି ଘଟିଛି ସେ ନେଇ ତୁରନ୍ତ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଦେବେ ।












Click it and Unblock the Notifications