ଶିମିଳିପାଳର ଉପରେ ଇନ୍ଦ୍ର ଦେବଙ୍କ କୃପା, ଆଜି ବି ହେଲା ବର୍ଷା

ଆଜି ପୁଣି ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ହୋଇଛି ବର୍ଷା । ଯାହା ଶିମିଳିପାଳ ଜଙ୍ଗଲ ନିଆଁ ମଧ୍ୟରେ ଏକ ଆସ୍ବସ୍ଥିକର ଖବର ହୋଇଛି ।

ବାରିବଦା: ଆଜି ପୁଣି ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ହୋଇଛି ବର୍ଷା । ଯାହା ଶିମିଳିପାଳ ଜଙ୍ଗଲ ନିଆଁ ମଧ୍ୟରେ ଏକ ଆସ୍ବସ୍ଥିକର ଖବର ହୋଇଛି । ବର୍ଷା ହେବା ଫଳରେ ବିଭିନ୍ନ ଅଞ୍ଚଳରେ ନିଆଁ ଲିଭି ଯାଇଛି।

 simlipal forest fire

ସୂଚନା ଅନୁଯାୟୀ, ଗୁରୁବାର ବରେହିପାଣି, ଚହଲା, ନଅଣା, ଗୁଡୁଗୁଡ଼ିଆ, ତାଳବନ୍ଧ, ଯଶୀପୁର ଆଦି ରେଞ୍ଜ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଗତକାଲି କିଛିକିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ସମୁଦାୟ ଶିମିଳିପାଳ ଉତ୍ତର ଜୋନରେ ବର୍ଷା ହୋଇଛି। ପ୍ରକୃତି ରାଣୀ ବର୍ଷା ରୂପରେ ଆସି ସତେ ଯେମିତି ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରିଛି । ତେଣୁ ଶିମିଳିପାଳର ବହୁ ସ୍ଥାନରେ ନିଆଁ ଲିଭିଯାଇଥିବା ଦେଖିବାକୁ ମିଳିଛି । ଗତକାଲି ମଧ୍ୟ କରଞ୍ଚିଆ ରେଞ୍ଜରେ ବର୍ଷା ହୋଇଥିଲା।

ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ଧରି ଶିମିଳିପାଳରେ ଲାଗିଥିବା ନିଆଁ କମିବାର ନାଁ ଧରୁନଥିଲା। ପ୍ରଶାସନର ସମସ୍ତ ଚେଷ୍ଟା ନିଆଁ ଲିଭାଇବାରେ ପର୍ଯ୍ୟାପ୍ତ ହୋଇନଥିଲା। ରାଜ୍ୟଠୁ ନେଇ ଜାତୀୟସ୍ତରରେ ଶିମିଳିପାଳରେ ନିଆଁ ଲାଗିବା ଘଟଣା ଉଦ୍‌ବେଗର ବିଷୟ ପାଲଟିଥିଲା। ଅଭୟାରଣ୍ୟରେ ଲାଗିଥିବା ନିଆଁର ସମୀକ୍ଷା ପାଇଁ ଆଜି କେନ୍ଦ୍ରୀୟ ଟିମ୍ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଶିମିଳିପାଳ ଯାଇ ସେମାନେ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣା ପଡିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+