ଆସନ୍ତା ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ
ଆସନ୍ତା ୧୪ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ନଭେମ୍ବର ବଦଳରେ ଚଳିତବର୍ଷ ଅକ୍ଟୋବର ୧୪ ଖୋଲିବାକୁ ଯାଉଛି ଅଭୟାରଣ୍ୟ । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥର ଦୁର୍ଗାପୂଜାରେ ପର୍ଯ୍ୟଟକ ଶିମିଳିପାଳ ଭ୍ରମଣ ଓ ରାତ୍ର ରହଣୀର ସୁବିଧା ପାଇପାରିବେ । ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଧାର୍ଯ୍ୟ କରାଯାଇଛି । ରାତ୍ରୀଯାପନ ପାଇଁ ପର୍ଯ୍ୟଟକ ଓ୍ବେବସାଇଟରେ ଅଗ୍ରୀମ ବୁକିଂ କରିପାରିବେ ।
ସାଧାରଣତଃ ବର୍ଷା ସମୟରେ ଶିମିଳିପାଳ ଜଙ୍ଗଲ ଓ ପାହାଡ଼ରୁ ମାଟିପଥର ଅତଡ଼ା ଖସିବାର ସମ୍ଭାବନା ରହିଥାଏ। ଜଙ୍ଗଲ ଭିତରେ ସଂକୀର୍ଣ୍ଣ ରାସ୍ତା ବି ଯାତାୟତ ପାଇଁ ସମସ୍ୟା ସୃଷ୍ଟି କରେ। ତେଣୁ ସବୁବର୍ଷ ଭଳି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରୁହେ ।

ବର୍ଷା ଋତୁ ଆସିବା ମାତ୍ରେ ଜୁନ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଓ ନଭେମ୍ବର ପହିଲାରେ ଖୋଲିଥାଏ । ତେବେ ଚଳିତ ବର୍ଷ ଅକ୍ଟୋବର ୧୪ରୁ ଖୋଲିବ ଶିମିଳିପାଳ ।
ଶିମିଳିପାଳ ଜୈବମଣ୍ଡଳ ର ଆୟତନ୨୭୫୦ ବର୍ଗ କି.ମି ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତ ର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟ ମାନ ମେଘମାଳା ଓ କଳ କଳ ନାଦ କରି ବୋହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ ।ଏଠାରେ ବିଭିନ୍ନ ପ୍ରଜାତି ର ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳେ ତନ୍ମଧ୍ୟରୁ ୧୦୭୬ ପ୍ରଜାତି ର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତି ର ପକ୍ଷୀ, ୨୯ ପ୍ରଜାତି ର ସରୀସୃପ ଅଟନ୍ତି ।
ସମୁଦ୍ର ପତ୍ତନ ଠାରୁ ଶିମିଳିପାଳ ର ହାରାହାରି ଉଚ୍ଚତା ହେଉଛି ୯୦୦ ମି. । ଏଠାରେ ବିଭିନ୍ନ ପ୍ରକାରର ବୃକ୍ଷ ଦେଖାଯାଏ ଯଥା ଶାଳ, ପିଆଶାଳ,ଶାଗୁଆନ, ଶିଶୁ, ଶିମିଳି, ମହୁଲ, ଆମ୍ବ, ପଣଷ ଇତ୍ୟାଦି । ସୁଉଚ୍ଚ ପର୍ବତ ଶିଖର ଗୁଡିକ ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମି.) ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ । ବିଭିନ୍ନ ନଦୀ ଗୁଡିକ ଯଥା ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳ ରୁ ଉତ୍ପନ୍ନ ହୋଇଛନ୍ତି । ବରେହିପାଣି (୪୦୦ ମି.) ଓ ଯୋରନ୍ଦା ଜଳପ୍ରପାତ (୧୫୦ ମି.) ର ଦୃଶ୍ୟ ଅତୀବ ମନୋରମ ।












Click it and Unblock the Notifications