ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଶିମିଳିପାଳ
Odisha News: ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । କାଳବୈଶାଖୀକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଶିମିଳିପାଳ RCCFଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଉକ୍ତ ସମୟରେ ଅଭୟାରଣ୍ୟ ମଧ୍ୟକୁ କୌଣସି ଗାଡ଼ି ପ୍ରବେଶ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରବର୍ତ୍ତୀ ସ୍ଥିତିକୁ ନଜରରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା ରହିଛି । ଶିମିଳିପାଳର ପାହାଡିଆ ମାଟି ରାସ୍ତାରେ ପର୍ଯ୍ୟଟକଙ୍କ ଯାତାୟାତ ସମୟରେ କୌଣସି ଅଘଟଣକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।












Click it and Unblock the Notifications